Latest Odisha News

ଭୁବନେଶ୍ବର ଏମ୍‌ସରେ ଲାଗିବ ଏକ୍‌ମୋ ମେସିନ୍‌

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ଲାଗିବ ଏକ୍‌ମୋ ମେସିନ । ଏକ୍‌ମୋ ମେସିନ୍ କିଣିବାକୁ ଭୁବନେଶ୍ବର ଏମ୍‌ସ ପକ୍ଷରୁ ଅର୍ଡର ଦିଆଯାଇଛି । ପ୍ରଥମ ଏକ୍‌ମୋ ମେସିନ ଚଳିତ ମାସ ଶେଷ ସୁଦ୍ଧା ଲାଗିବ । ପରବର୍ତ୍ତୀ ସମୟରେ ଅନ୍ୟ ଏକ ଏକ୍‌ମୋ ମେସିନ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି । ଏମସର କିଛି ଅଧ୍ୟାପକ ଏକମୋ ମେସିନ ପରିଚାଳନା କରୁଛନ୍ତି ।

କରୋନା ଭଳି ମହାମାରୀ ସମୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଦରକାର ହେଉଛି ଏକମୋ ଚିକିତ୍ସା । ଯାହାଦ୍ୱାରା ରୋଗୀଙ୍କୁ ଲାଇଫ୍ ସପୋର୍ଟରେ ରହିବାକୁ ପଡୁଛି । କିନ୍ତୁ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଏକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡୁଛି । ଏପରିକି ଏୟାରଲିପ୍ଟିଂ ଜରିଆରେ ରୋଗୀଙ୍କୁ ଚିକିତ୍ସା ପାଇଁ ବାହାରକୁ ନିଆଯାଉଛି । ଯେଉଁଥି ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏଭଳିସ୍ଥିତିରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍‌ସରେ ଏକ୍‌ମୋ ମେସିନ୍‌ ଲଗାଇବାକୁ ବ୍ୟବସ୍ଥା କରାଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଭୁବନେଶ୍ବର ଏମସରେ ଏହି ଏକ୍‌ମୋ ସେବା ମିଳିବ ବୋଲି କୁହାଯାଇଛି ।

Leave A Reply

Your email address will not be published.