Latest Odisha News

BREAKING NEWS

ବିନା ଭକ୍ତରେ ବାରିପଦାରେ ରଥଯାତ୍ରା କରିବାକୁ ଗୁହାରୀ

ବାରିପଦା: ଚଳିତବର୍ଷ ପୁରୀକୁ ବାଦ୍ ଦେଲେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କେବଳ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଆୟୋଜିତ ହେବ ପବିତ୍ର ରଥଯାତ୍ରା । କରୋନା ମହାମାରୀର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି କିଛି ଏପରି ନିଷ୍ପତ୍ତି ।

ତେବେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଚଳିତବର୍ଷ ରଥଯାତ୍ରା ବନ୍ଦ ହେବା ନିଷ୍ପତ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବ୍ୟଥିତ କରିଛି । ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଏକପ୍ରକାର ସମସ୍ତ କାମ ଆଗେଇ ଚାଲିଥିବାବେଳେ ସରକାରଙ୍କ ନିଷ୍ପତ୍ତିକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏଥିପାଇଁ ବାରିପାଦରେ ମଧ୍ୟ ବିନା ଭକ୍ତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରା ଆୟୋଜନ କରିବାକୁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ସେବାୟତ ଓ ଶ୍ରଦ୍ଧାଳୁ ।

Leave A Reply

Your email address will not be published.