ମୁମ୍ବାଇ: ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଜୀବନୀ-ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦି’ର ରିଲିଜ୍ ତାରିଖକୁ ନେଇ ଅନିଶ୍ଚତତା ଲାଗିରହିଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ପରେ ବିବାଦ ସୃଷ୍ଟିହେବାରେ ଲାଗିଛି । ଆଗକୁ ନିର୍ବାଚନ ଥିବାବେଳେ ଏହାର ପ୍ରଦର୍ଶନ ନିର୍ବାଚନ ଆଚରଣ ବିଧିର ଉଲଂଘନ କରିବ ବୋଲି ବିରୋଧୀଙ୍କ ନାରାବାଜି ସହିତ ଯୋଡ଼ିହୋଇ ଯାଇଛି ବିଖ୍ୟାତ ଗୀତିକାର ଜାଭେଦ୍ ଅଖତରଙ୍କ ସଦ୍ୟତମ ଅଭିଯୋଗ । ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, “ଆଜିକାଲି ଆଉ ବଲିଉଡ୍ରେ ମୌଳିକ ସାଧୁତା ନାହିଁ । ପୁରୁଣା ସିନେମାର ସଙ୍ଗୀତ-ଅଧିକାର (ରାଇଟ୍ସ) କିଣି ତାକୁ ନୂଆ ସିନେମାରେ ରିମେକ୍ କରିବାର ଅସାଧୁ ପରମ୍ପରା ଏବେ ଲଗାତାର ଚାଲିଛି । ଯାହା ଆଦୌ ସୁନ୍ଦର ନୁହେଁ ।”

ଏଠାରେ ପ୍ରକାଶଯୋଗ୍ୟ ଯେ ମୋଦିଙ୍କ ବାୟୋପିକରେ କୌଣସି ଗୀତ ନଲେଖି ମଧ୍ୟ ପୋଷ୍ଟରରେ ଜାଭେଦ୍ ଅଖତରଙ୍କ ନାମ ରଖାଯାଇଛି । ଏହାକୁ ନେଇ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି ଏହି ବର୍ଷୀୟାନ୍ ଲେଖକ । ଦୀପା ମେହେଟାଙ୍କ ‘୧୯୪୭: ଆର୍ଥ’ ଫିଲ୍ମ ପାଇଁ ସେ ଲେଖିଥିବା ‘ଈଶ୍ୱର ଆଲ୍ଲା’ ଗୀତଟି ବିବେକ ଓବରୟ ଅଭିନୀତ ଏହି ‘ପିଏମ୍ ନରେନ୍ଦ୍ର ମୋଦି’ ସିନେମାରେ ରିମେକ୍ କରାଯାଇଛି, ଯେଉଁଥି ପାଇଁ ତାଙ୍କଠୁ କୌଣସି ଅନୁମତି ନିଆଯାଇନାହିଁ । ଟି-ସିରିଜ୍ଠାରୁ ପୁରୁଣା ଗୀତର ମିଉଜିକ୍ ରାଇଟ୍ସ କିଣି ଏପରି କରାଯାଇଛି, ଯାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଖତର୍ କହିଛନ୍ତି ।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
Comments are closed.