Latest Odisha News

BREAKING NEWS

ଦେଖନ୍ତୁ ଏହି ଭିଡ଼ିଓ: ପ୍ରତିଦିନ ବ୍ୟାୟାମ ଦ୍ୱାରା ନବୀନ କିପରି ନିଜକୁ ରଖିଛନ୍ତି ଫିଟ୍…

ଭୁବନେଶ୍ୱର: ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ବ୍ୟାୟାମ କରୁଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଯାଇଛି । ନବୀନ କିପରି ଭାବେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଏହି ଭିଡ଼ିଓଟି ଦେଖିଲେ ଆପଣ ଜାଣିପାରିବେ ।

ନବୀନଙ୍କୁ ଏବେ ୭୨ ବର୍ଷ ବୟସ । ଏହି ପରିଣତ ବୟସରେ ସେ କିପରି ନିଜକୁ ସବୁଦିନ ଫିଟ୍ ରଖିଥାଆନ୍ତି ଆପଣ ଏହି ଭିଡ଼ିଓରୁ ଜାଣିପାରିବେ । ନବୀନ ଓଡ଼ିଶାର ସବୁଠାରୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ଥିବା ବ୍ୟକ୍ତି ଯିଏକି ୪ର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଥିବା ବେଳେ ଏବେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିବାକୁ ପ୍ରସ୍ତୁତ ହେଉଛନ୍ତି ।

ସୋସିଆଲ୍ ମିଡ଼ିଆରେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ସମୟରେ ବିଭିନ୍ନ ଗୁଜବ ପ୍ରଚାରିତ ହୋଇଥାଏ, କିନ୍ତୁ ଏହି ଭିଡ଼ିଓଟିରୁ ସ୍ପଷ୍ଟ ଜଣାପଡ଼େ ସେ ଏବେବି ବେଶ୍ ସୁସ୍ଥ ଓ ଫିଟ୍ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତବର୍ଷ ଭବାନୀପାଟଣାରେ ଅନୁଷ୍ଠିତ ଏକ ର‌୍ୟାଲିରେ କହିଥିଲେ, “ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସନ କରି ଏବେ ସମ୍ପୂର୍ଣ୍ଣ ହାଲିଆ ହୋଇଗଲେଣି, ଏବେ ଶାସନ ବଦଳିବା ଆବଶ୍ୟକ ।”

ଏହି ଭିଡ଼ିଓଟିରେ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ ବାସଭବନ ‘ନବୀନ ନିବାସ’ ରେ ସାଇକେଲିଂ ଓ ଜଗିଂ କରିବା ସହିତ ସକାଳ ଡ୍ରିଲ୍ ସାଙ୍ଗକୁ ଭାରୋତ୍ତଳନ ଏବଂ ହାଲକା ବ୍ୟାୟାମ ମଧ୍ୟ କରୁଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ସେବା ଲାଗି ନବୀନ ଏବେ ପ୍ରସ୍ତୁତ ।

Leave A Reply

Your email address will not be published.