Latest Odisha News

BREAKING NEWS

ମୋଦୀ କ୍ୟାବିନେଟ ୩.୦: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ ବିଜେପିରୁ ୬୧ ଜଣ ଶପଥ ନେଇଥିବାବେଳେ ଏନଡିଏ ସହଯୋଗୀ ଦଳଗୁଡ଼ିକରୁ ୧୧ ଜଣଙ୍କୁ ସୁଯୋଗ ମିଳିଛି। ମୋଦୀଙ୍କ ନେତୃତ୍ଵରେ ହୋଇଥିବା ମନ୍ତ୍ରୀଙ୍କ ଦଳରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ଵତନ୍ତ୍ର ରାଷ୍ଟ୍ରମନ୍ତ୍ରୀ, ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ…

ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ମିଳିଥିବା ବେଳେ ଅମିତ ଶାହଙ୍କୁ ସ୍ବରାଷ୍ଟ୍ର, ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ରାଜପଥ ନିର୍ମାଣ, ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ, ଏସ୍‌. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ, ଅଶ୍ବିନୀ ବୈଷ୍ଣବଙ୍କୁ ସୂଚନା ଓ ପ୍ରସାରଣ, ଶିବରାଜ ସିଂ ଚୌହାନଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଚିରାଗ ପାଶୱାନଙ୍କୁ କ୍ରୀଡ଼ା ବିଭାଗ, ଏଚ୍‌.ଡି କୁମାରସ୍ବାମୀଙ୍କୁ ଇସ୍ପାତ ଓ ଖଣି ବିଭାଗ ମିଳିଛି ।

ସେହିପରି କେ. ରାମ ମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ବିଭାଗ ମିଳିଥିବା ବେଳେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ, ଗଜେନ୍ଦ୍ର ଶେଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ସର୍ବାନନ୍ଦ ସୋନୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ, କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର, ପ୍ରହ୍ଲାଦ ଯୋଶୀଙ୍କୁ ଖାଦ୍ୟ ଓ ଖାଉଟି କଲ୍ୟାଣ, ଜେ.ପି ନଡ୍ଡାଙ୍କୁ ସ୍ବାସ୍ଥ୍ୟ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ୍‌, ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ, ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଏବଂ ଗିରିରାଜ ସିଂହଙ୍କୁ ବୟନ ଶିଳ୍ପ ବିଭାଗ ମିଳିଛି ।

Leave A Reply

Your email address will not be published.