Latest Odisha News

BREAKING NEWS

ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର! ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା । ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚାରି ଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍ । ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଦ୍ୱାରରେ ପ୍ରବେଶ ନେଇ କରାଯିବ ବ୍ୟବସ୍ଥା । ସେପଟେ ଖୋଲାଯାଇଛି ସିଂହଦ୍ବାର ସାମ୍ନାରେ ଲାଗିଥିବା ଏସି ଟନେଲ ଏବଂ ବ୍ୟାରିକେଡ । ତେବେ ଆଗାମୀ ୧୫ ତାରିଖ ଭିତରେ ସମସ୍ତ ବ୍ୟାରିକେଡ ଏବଂ ଏସି ଟନେଲ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲା ଦଳ । ସମ୍ପ୍ରତି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ସ୍ଥିତି ସମୀକ୍ଷା କରାଯାଇଛି। ଅତିରିକ୍ତ ଜିଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି।

Leave A Reply

Your email address will not be published.