Latest Odisha News

BREAKING NEWS

ଠେଙ୍ଗାରେ ପିଟି ବାପାକୁ ହତ୍ୟା କଲା ପୁଅ; ମା’ ଗୁରୁତର

 ଦେବଗଡ: ମହଙ୍ଗା ପଡ଼ିଲା ମଦ ନିଶା । ନିଶା ପାଖରେ ଫିକା ପଡିଲା ରକ୍ତ ସମ୍ପର୍କ । ହଜିଗଲା ବିବେକବୋଧ । ମଦ ନିଶାରେ ବାପାକୁ ହାଣିଦେଲା । ବାପାକୁ ବଞ୍ଚାଇବାକୁ ଆସି ମା’ ବି ହେଲା ଆକ୍ରୋଶର ଶିକାର । ଆଉ ଏପଟେ ନିଶା ଉତୁରିଲା ବେଳକୁ ହତ୍ୟାକାରୀ ପୁଅ ଏବେ ଜେଲ ଚାରିକାନ୍ଥ ଭିତରେ । ଏମିତି ଘଟଣା ଘଟିଛି ଗତକାଲି ବିମ୍ବଳିତ ରାତିରେ ଦେବଗଡ ଜିଲ୍ଲାରେ ।

 ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମର ଗୁରୁଚରଣ କିସାନଙ୍କ ପୁଅ ମିଶ୍ର । ନିୟମିତ ମଦ୍ୟପାନ କରି ଆସେ ।  ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ମିଶ୍ର କିସାନ ମଦ୍ୟପ ଅବସ୍ଥାରେ ଘରକୁ ଆସିଥିଲା ।  ଏହାକୁ ବିରୋଧ କରିବାକୁ ବାପା ଗୁରୁ ଚରଣଙ୍କ ସହ ଝଗଡ଼ା କରିଥିଲା ମିଶ୍ର । ଏଥିରେ ଉତ୍ତ୍ୟକ୍ତ  ହୋଇ ମିଶ୍ର ଏକ ଠେଙ୍ଗା ବାପା ଗୁରୁଚରଣଙ୍କ ଉପରକୁ ଆକ୍ରମଣ କରିଥିଲା ଘଟଣାସ୍ଥଳରେ ହିଁ ଗୁରୁଙ୍କ ମୃତ୍ୟୁ ଘଟିଥିଲା

ଅନ୍ୟ ପଟେ ମିଶ୍ର ତାଙ୍କ ମାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ତେବେ   ସେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରୁଛି । ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ଅଧିକ ଜୋରା କରୁଛି । ତେବେ  ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।   

Leave A Reply

Your email address will not be published.