ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିସହ ଝାଡଖଣ୍ଡ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସହ ଉତ୍ତରପ୍ରଦେଶ, କେରଳ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଉପନିର୍ବାଚନ ଅନୁଷ୍ଠତ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ମତଦାନ । ପ୍ରତ୍ୟେକ ଥର ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ମଧ୍ୟ ବହୁମାତ୍ରାରେ ଭୋଟ ଦେବାକୁ ମତଦାତାଙ୍କୁ ଅନୁରୋଧ କରିଛନ୍ତି । ଅଧିକ ସଂଖ୍ୟାରେ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବ ଗଣତନ୍ତ୍ରକୁ ଅଧିକ ପ୍ରଭାବୀ କରିବ ବୋଲି ଏକ୍ସରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ‘‘ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମୁଁ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ, ଆମର ଯୁବକ ଏବଂ ମହିଳା ଭୋଟରମାନେ ଭୋଟ୍ ଦେବା ପାଇଁ ରେକର୍ଡ ସଂଖ୍ୟାରେ ଆଗେଇ ଆସିବେ । ଆସନ୍ତୁ ଏକତ୍ର ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ।’’
ସେହିପରି, “ଆଜି ଝାଡଖଣ୍ଡରେ ଗଣତନ୍ତ୍ରର ମହାନ ପର୍ବର ଦ୍ୱିତୀୟ ବା ଶେଷ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରି ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ଏହି ଅବସରରେ, ପ୍ରଥମ ଥର ପାଇଁ ଭୋଟ ଦେଉଥିବା ମୁଁ ମୋର ସମସ୍ତ ଯୁବ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଉଛି । ଆପଣଙ୍କର ଭୋଟ୍ ରାଜ୍ୟକୁ ମଜବୁତ କରୁଛି” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି।