Latest Odisha News

BREAKING NEWS

ଜିଏସ୍‌ଟି ବୃଦ୍ଧି କରିପାରନ୍ତି ମୋଦୀ ସରକାର; ଚାଲିଛି ଯୋଜନା!

ନୂଆଦିଲ୍ଲୀ: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ମୋଦୀ ସରକାର କିଛି ସାମଗ୍ରୀ ଏବଂ ସେବା ଉପରେ ଟିକସ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏକ ସରଳ ଟିକସ ହାର ଗଠନ ଲକ୍ଷ୍ୟ ନେଇ ଏହି ପଦକ୍ଷେପକୁ ବିଚାର କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଦେଶର ବଡ ବଡ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ସେହି ସମୟରେ ଜିଏସ୍‌ଟି ହାର ବୃଦ୍ଧି ପାଇଁ ଏହି ଯୋଜନା କରାଯାଉଥିବା ଜଣାପଡ଼ିଛି।

ଡିସେମ୍ବରରେ ଜିଏସ୍‌ଟି ଉପରେ ପ୍ୟାନେଲ ବୈଠକ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି। ଏହି ପ୍ୟାନେଲକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରିଚାଳନା କରିବେ। ସାମ୍ପ୍ରତିକ ଚାରୋଟି ରେଟେଡ୍ ସିଷ୍ଟମରୁ ଏହାକୁ ପରିବର୍ତ୍ତନ କରାଯାଇପାରେ। ବର୍ତ୍ତମାନ ଦେଶରେ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯାଉଛି।

ଏଥିରେ ଖାଦ୍ୟ ସାମଗ୍ରୀ ପରି କେତେକ ଜରୁରୀ ସାମଗ୍ରୀକୁ ସର୍ବନିମ୍ନ ହାରରେ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀକୁ ସର୍ବାଧିକ ହାରରେ ଟ୍ୟାକ୍ସ କରାଯାଏ।

Comments are closed.