Latest Odisha News

BREAKING NEWS

NIT ପିଏଚ୍‌.ଡି ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ଡିଭାଇସ୍‌, ରୋକିବ ଅପରାଧ ଓ ଦୁର୍ଘଟଣା

ରାଉରକେଲା : କୌଣସି ଅପରାଧ କିମ୍ବା ଦୁର୍ଘଟଣା ଘଟିବାପରେ ହିଁ ପୁଲିସକୁ ତଦନ୍ତ ପାଇଁ ସିସିଟିଭି ଫୁଟେଜର ସାହାରା ନେବାକୁ ପଡିଥାଏ । ତେବେ, କେବଳ ଅପରାଧୀଙ୍କୁ ଧରିବାରେ ଏହା ସହାୟକ ହୋଇଥାଏ । କିନ୍ତୁ, ଏନଆଇଟିରେ ଅଧ୍ୟୟନରତ ପିଏଚଡ଼ି ଛାତ୍ରଛାତ୍ରୀ ଏଭଳି ଅଭିନବ ଡିଭାଇସ ତିଆରି କରିଛନ୍ତି । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଷ୍ଟାର୍ଟଅପ କମ୍ପାନୀ ‘ଇ-ୱାର୍ଣ୍ଣ ସିଷ୍ଟମ’ ପ୍ରସ୍ତୁତ କରିଛି ଆପ୍ ଯୁକ୍ତ ସ୍ୱତନ୍ତ୍ର ଡିଭାଇସ । ଡିଭାଇସ ଯାହାକି ଦୁର୍ଘଟଣା ଘଟିବା ମାତ୍ରେ ଏବଂ ଅପରାଧ ସଙ୍ଗଠିତ ହେବା ପୂର୍ବରୁ ଆମ୍ବୁଲାନ୍ସ, ହସ୍ପିଟାଲ କର୍ତୃପକ୍ଷ ଓ ପୁଲିସ ପାଖରେ କ୍ଷଣିକ ମଧ୍ୟରେ ସୂଚନା ପହଞ୍ଚାଇଦେଵ । ଫଳରେ କୌଣସି ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତି ତୁରନ୍ତ ଚିକିତ୍ସା ସେବା ପାଇପାରିବେ ଏବଂ ଅପରାଧ ଘଟାଇବା ପୂର୍ବରୁ ଅପରାଧୀଙ୍କୁ ପୁଲିସ କାବୁ କରିପାରିବ ।

ଏହି ସ୍ୱତନ୍ତ୍ର ଡିଭାଇସ ଅପରାଧ, ଦଙ୍ଗା, ଦୁର୍ଘଟଣା, ଟ୍ରାଫିକ ଓ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ପ୍ରକଳ୍ପ ପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗତ ୨୦୧୭ ମସିହାରେ ମିଳିଥିଲା ଆର୍ଥିକ ଅନୁଦାନ । ସେହିଭଳି ଏନଆଇଟି, ରାଉରକେଲା ଓ ଆଇଆଇଟି, ପାଟନା ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା। ୮ ଜଣ ପିଏଚଡି ଛାତ୍ରଛାତ୍ରୀ ପ୍ରାୟ ୩ ବର୍ଷ ଧରି ଗବେଷଣା ଓ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ। ଶେଷରେ ଗତ ୨୦୨୦ ମସିହାରେ ୮ ଟି ପ୍ରକଳ୍ପ ଚୂଡାନ୍ତ ରୂପ ନେଇଥିଲା।

ଏବେ ସେଗୁଡିକ ମଧ୍ୟରୁ କ୍ରାଇମ ଡିଟେକ୍ସନ, ଆକ୍ସିଡେଣ୍ଟ ଡିଟେକ୍ସନ, ପଲୁସନ ମନିଟରିଂ ଓ ଅଟୋମେଟିକ ଏମରଜେନ୍ସି ରେସ୍ପୋନ୍ସ ସିଷ୍ଟମ ବଜାରକୁ ଆସିବା ପାଇଁ ପ୍ରସ୍ତୁତ ହୋଇସାରିଛି ଏବଂ ୫ଟି ପ୍ରକଳ୍ପ ଇତିମଧ୍ୟରେ ପେଟେଣ୍ଟ ପାଇସାରିଛି । ଇ’ ୱାର୍ଣ୍ଣ ସିଷ୍ଟମ ପକ୍ଷରୁ ପ୍ରକଳ୍ପ ଗୁଡିକୁ ଏନଆଇଟି ଇନୋଭେସନ କାର୍ଣ୍ଣିଭାଲ, ଭୁବନେଶ୍ୱର ଷ୍ଟାର୍ଟଅପ ଓଡିଶା ଓ ଆଇଆଇଟି ଦିଲ୍ଲୀ ଇମପ୍ରିଣ୍ଟ ପ୍ରଦର୍ଶନୀ ରେ ପ୍ରଦର୍ଶିତ କରାଯାଇସାରିଛି। ଭାରତୀୟ ବଜାରରେ ବିଭିନ କମ୍ପାନୀର ଦେଶୀ ବିଦେଶୀ ଡିଭାଇସ ଉପଲବ୍ଧ ଥିବା ବେଳେ ଏନଆଇଟି ପିଏଚଡ଼ି ଛାତ୍ରଛାତ୍ରୀ ଙ୍କ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ତିଆରି ଏହି ଡିଭାଇସ ଗୁଡିକର ସ୍ୱତନ୍ତ୍ରତା କ’ଣ ରହିଛି ପ୍ରକାଶ କରିଛନ୍ତି କମ୍ପାନୀର ପ୍ରତିଷ୍ଠାତା ଓ ସଦସ୍ୟ।

ଏନଆଇଟି, ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ ବିଜନେସ ଇନକୁବେସନ (ଏଫ.ଟି.ବି.ଆଇ) ଅଧୀନରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରାୟ ୫୦ ଟି ଷ୍ଟାର୍ଟଅପ କମ୍ପାନୀ ରହିଥିବା ବେଳେ ଇ’ ୱାର୍ଣ୍ଣ ସିଷ୍ଟମ କମ୍ପାନୀର କାର୍ଯ୍ୟଧାରା ବିଶ୍ୱାସନୀୟତାକୁ ପ୍ରଶଂସା କରିବା ସହ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଅତ୍ୟାଧୁନିକ ତଥା ଉଚ୍ଚ ମାନର ଡିଭାଇସ ଭବିଷ୍ୟତରେ ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି।

 

Leave A Reply

Your email address will not be published.