Latest Odisha News

ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏନେଇ ବିଧିବଦ୍ଧ ଭାବେ ନୋଟିଫିକେସନ୍ ଜାରି କରାଯାଇଛି । ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ । ତେଣୁ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି ।

୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ। ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ ଏହି ଦିନକୁ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରାଯିବ ବୋଲି କହିଛନ୍ତି ଅମିତ ଶାହା । ଅମିତ ଶାହ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ୨୫ ଜୁନ୍ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କର ଏକଛତ୍ରବାଦୀ ମାନସିକତାକୁ ପ୍ରତିଫଳିତ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ଭାରତୀୟ ଗଣତନ୍ତ୍ରର ହତ୍ୟା କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବିନା ଦୋଷରେ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମର ସ୍ୱର ଦମନ କରାଯାଇଥିଲା। ୧୯୭୫ରେ ଯେଉଁ ଲୋକ ମାନେ କଷ୍ଟ ସହିଛନ୍ତି ସେମାନଙ୍କ ଅବଦାନକୁ ମନେ ପକାଇବା ପାଇଁ ଭାରତ ସରକାର ପ୍ରତିବର୍ଷ ୨୫ ଜୁନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Comments are closed.