Latest Odisha News

BREAKING NEWS

ଲୋକଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି ମୋଦୀ ସରକାର; ପ୍ରିୟଙ୍କା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ସେ କରିଛନ୍ତି ଯେ ମୋଦୀ ସରକାର ଲୋକଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି।

ଟ୍ୱିଟରରେ କଂଗ୍ରେସ ସାଧାରଣ ସମ୍ପାଦକ ଏକ ମିଡିଆ ରିପୋର୍ଟକୁ ଟ୍ୟାଗ୍ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଚଳିତ ବର୍ଷ ପେଟ୍ରୋଲ ମୂଲ୍ୟ ୨୩.୫୩ ଟଙ୍କା ବୃଦ୍ଧି ପାଇଛି।

ପ୍ରିୟଙ୍କା ଏକ ଟୁଇଟ୍‌ରେ କହିଛନ୍ତି, “ମୋଦୀ ସରକାର ଜନସାଧାରଣଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି। ମୋଦୀ ସରକାରଙ୍କ ସମୟରେ ସର୍ବାଧିକ ବେକାରୀ ସମସ୍ୟା, ସରକାରୀ ସମ୍ପତ୍ତି ବିକ୍ରି, ଗୋଟିଏ ବର୍ଷରେ ପେଟ୍ରୋଲ ହାର ସର୍ବାଧିକ ବୃଦ୍ଧି ପାଇଛି ଯାହାକି ଦେଶରେ ଏବେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି।

Leave A Reply

Your email address will not be published.