ଭୁୁବନେଶ୍ୱର: ଭୁବନେଶ୍ୱର ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ସାମନ୍ତାରାପୁରର ସାଇଶ୍ରୀ ଜ୍ୟୋତି ପ୍ରକାଶ। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି। ବିନ୍ଦୁ ସାଗର ନିକଟରୁ ଚପଲ ଓ ସ୍କୁଟି ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଟ୍ୟୁସନ ଯାଇଥିଲେ ସାଇଶ୍ରୀ। ତାପରେ ଆଉ ଘରକୁ ଫେରିନଥିଲେ। ରାତି ପ୍ରାୟ ୯ଟା ୪୫ରେ ଫୋନ୍ କରିଥିଲେ। ତେବେ ଇନଷ୍ଟାଗ୍ରାମ ପେଜରେ ଏକ ସୁଇସାଇଟ୍ ନୋଟ ଲେଖିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ସାଇଶ୍ରୀଙ୍କ ମୋବାଇଲ ମିଳିପାରିନାହିଁ। ଶନିବାର ରାତିରେ ଯୁବକ ଜଣକ ବିନ୍ଦୁସାଗରକୁ ଡ଼େଇଁପଡ଼ିଥିବା ଜଣାପଡ଼ିଛି। ପାରିବାରିକ କଳହ ଓ କ୍ୟାରିୟରକୁ ନେଇ ସାଇଶ୍ରୀ ଚିନ୍ତିତ ଥିବା ସମ୍ପର୍କୀୟ କହିଛନ୍ତି। ଗତକାଲିଠାରୁ ରାତି ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା।