Latest Odisha News

BREAKING NEWS

ବିବାଦ ସୃଷ୍ଟି କରୁଛି କରୱାଚୌଥ ବ୍ରତଙ୍କୁ ନେଇ ଡାବରର ବିଜ୍ଞାପନ

ନୂଆଦିଲ୍ଲୀ: କରୱାଚୌଥକୁ ନେଇ ଡାବରର ଏକ ବିଜ୍ଞାପନ ବିବାଦ ସୃଷ୍ଟି କରିଛି । ଏହି ବିବାଦୀୟ ବିଜ୍ଞାପନ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ସଧବା ନାରୀ ପାଇଁ ମହତ୍ୱ ରଖିଥିବା ଏହି ପର୍ବରେ ଡାବର ଦୁଇଜଣ ଯୁବତୀ ଏକତ୍ର ବ୍ରତ ପାଳନ କରୁଥିବା ଦେଖାଇଛି । ହିନ୍ଦୁ ରୀତି ନୀତିକୁ ବାରମ୍ବାର ବିଜ୍ଞାପନ ମାଧ୍ୟମରେ ତଳେ ପକାଯାଉଛି ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି ।

ଏହା ପରୋକ୍ଷରେ ସମଲିଙ୍ଗୀ ପ୍ରଥାକୁ ଉତ୍ସାହିତ କରୁଛି ବୋଲି କେତେକ କହିଛନ୍ତି । ଡାବରର ଉତ୍ପାଦ ଫେମ୍ କ୍ରିମ ଗୋଲ୍ଡ ବ୍ଲିଚ ଏହି ବିଜ୍ଞାପନ ପ୍ରସ୍ତୁତ କରିଛି । ସୋସିଆଲ ସାଇଟରେ ଏବେ ଏହା ଟ୍ରୋଲ ହେବାରେ ଲାଗିଛି ।

Leave A Reply

Your email address will not be published.