Latest Odisha News

BREAKING NEWS

ହ୍ୱାଟ୍ସଆପ୍‌ରେ କରିବେ ଅର୍ଡର୍ , ଘରେ ପହଂଚିବ ପନିପରିବା !

ବାରିପଦା: ସମଗ୍ର ରାଜ୍ୟରେ ଲକ୍‌-ଡାଉନ୍ ର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ହଇରାଣ ହେଉଥିବାବେଳେ ବାରିପଦାରେ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ ।

ଫୋନ୍‌ରେ ଅର୍ଡର୍ କରିବେ ଘରେ ପହଂଚିବ ପନିପରିବା । ସାମାଜିକ ଦୂରତାକୁ ମାପକାଠି କରି ଏକ ଘରୋଇ ସଂସ୍ଥା ସାଧାରଣ ଲୋକଙ୍କ ପାଇଁ କିଛି ଏପରି ସୁବ୍ୟବସ୍ଥା କରିଛି । ପୌରାଂଚଳରେ ଏକ ଘରୋଇ ସଂସ୍ଥା ସୁଲଭ ମୂଲ୍ୟରେ ପନିପରିବା ହୋମ୍ ଡେଲିଭରୀ ମାଧ୍ୟମରେ ଯୋଗାଇଦେବାର ବ୍ୟବସ୍ଥା ଆରମ୍ଭ କରିଛି ।

ଏଥିପାଇଁ ସଂପୃକ୍ତ ଘରୋଇ ସଂସ୍ଥା ହ୍ୱାଟ୍ସଆପ୍ ନମ୍ବର ଜରିଆରେ ପ୍ରଥମେ ଅର୍ଡର ନେଇଥାଏ । ପୌରାଂଚଳବାସୀଙ୍କ ଅର୍ଡର ଓ ଆବଶ୍ୟକତା ଅନୁଯାୟୀ ଏକ ଭ୍ରାମ୍ୟମାଣ ଗାଡି ଘରେଘରେ ପହଂଚାଉଛି ତାଜା ପନିପରିବା ।

ସାମାଜିକ ଦୂରତାକୁ ଅବଲମ୍ବନ କରି ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ଘରୋଇ ସଂସ୍ଥାର ମିଳିତ ଉଦ୍ୟମରେ ହୋମ୍ ଡେଲିଭରୀ ବ୍ୟବସ୍ଥାକୁ ଲୋକଙ୍କ ହିତରେ କାର୍ଯ୍ୟକାରୀ କରାଯାଇଛି ।

Leave A Reply

Your email address will not be published.