Latest Odisha News

BREAKING NEWS

ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ କ୍ରମାଗତ ୩ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ସିଟରୁ କ୍ରମାଗତ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ମୋଦିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ଜବାହାର ଲାଲ ନେହେରୁ ଓ ଅଟଳ ବିହାରୀ ବାଜପେୟୀ ଗୋଟିଏ ସିଟରୁ ୩ ଥର ନିର୍ବାଚନ ଲଢ଼ିଛନ୍ତି । ପ୍ରୟାଗରାଜର ଫୁଲପୁର ସିଟରୁ ନେହେରୁ ୧୯୫୧, ୧୯୫୭ ଓ ୧୯୬୨ ନିର୍ବାଚନ ଲଢ଼ିଥିଲେ । ସେ ୩ଥର ଯାକ ସାଂସଦ ହେବା ସହ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେହିପରି ବାଜପେୟୀ ୫ ଥର ଲକ୍ଷ୍ନୌ ଲୋକସଭା ସିଟରୁ ସାଂସଦ ରହିଛନ୍ତି । ୧୯୯୬, ୧୯୯୮ ଓ ୧୯୯୯ରେ ସେ କ୍ରମାଗତ ଏହି ସିଟରୁ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇଥିଲେ । ୨୦୧୪ ଓ ୨୦୧୯ରେ ମୋଦି ବାରଣାସୀ ସିଟରୁ ନିର୍ବାଚନ ଲଢ଼ି ବିଜୟୀ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

ଭାରତର ଗଣତନ୍ତ୍ର ଇତିହାସରେ ୧୪ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣ ଉତରପ୍ରଦେଶର ରହିଛନ୍ତି । ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ଚୌଧୁରୀ ଚରଣ ସିଂ, ରାଜୀବ ଗାନ୍ଧୀ, ଭିପି ସିଂ, ଚନ୍ଦ୍ରଶେଖର, ଅଟଳ ବିହାରୀ ବାଜପେୟୀ ୟୁପିର ଭିନ୍ନ ଭିନ୍ନ ସିଟରୁ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଜବାହର ଲାଲ ନେହେରୁ ସବୁଠାରୁ ଅଧିକ ସମୟ ( ୧୬ ବର୍ଷ, ୨୮୬ ଦିନ) ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଇନ୍ଦିରା ଗାନ୍ଧୀ ( ୧୧ ବର୍ଷ ୫୯ ଦିନ), ମନମୋହନ ସିଂ (୧୦ ବର୍ଷ ୪ ଦିନ), ନରେନ୍ଦ୍ର ମୋଦି( ୯ ବର୍ଷ ୩୫୦ ଦିନ), ଅଟଳ ବିହାରୀ ବାଜପେୟୀ( ୬ ବର୍ଷ ୬୪ ଦିନ) ଓ ରାଜୀବ ଗାନ୍ଧୀ ୫ ବର୍ଷ ୩୨ ଦିନ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।

Leave A Reply

Your email address will not be published.