Latest Odisha News

BREAKING NEWS

କେବଳ ଦ୍ୱାଦଶ ଯାଏଁ ପଢ଼ିଛନ୍ତି କଙ୍ଗନା, କିନ୍ତୁ ପାଖରେ ରହିଛି ୯୧.୫ କୋଟିରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ବଲିଉଡ କୁଇନ୍ କଙ୍ଗନା ରଣାୱତ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ମଙ୍ଗଳବାର ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । କଙ୍ଗନାଙ୍କ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ତାଙ୍କର ସମ୍ପତ୍ତି ୯୧.୫ କୋଟିରୁ ଅଧିକ ଅଟେ । ଯେଉଁଥିରେ ୨୮.୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ୬୨.୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି ।

ସତ୍ୟପାଠ ଅନୁସାରେ, କଙ୍ଗନାଙ୍କ ପାଖରେ ୬.୭ କିଲୋଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ । ସେହିପରି ତାଙ୍କ ପାଖରେ ୬୦ କିଲୋଗ୍ରାମ ରୂପା ଅଛି, ଯେଉଁଥିରେ ରୂପା ବାସନ ଏବଂ ଅଳଙ୍କାର ଅନ୍ତର୍ଭୁକ୍ତ । ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା । କଙ୍ଗନା ଙ୍କ ପାଖରେ ହୀରା ଅଳଙ୍କାର ମଧ୍ୟ ଅଛି, ଯାହାର ମୂଲ୍ୟ ୩ କୋଟି ଟଙ୍କା ହେବ ।

ସେହିପରି କଙ୍ଗନା ରାଣାୱତ ଙ୍କ ର ବିଳାସପୂର୍ଣ୍ଣ କାର୍ ମାନ ମଧ୍ୟ ରହିଛି । ତାଙ୍କର ଏକ ବିଏମଡବ୍ଲୁ ଅଛି, ଯାହାର ମୂଲ୍ୟ ୯୮ ଲକ୍ଷ ଟଙ୍କା । ସେହିପରି ଏକ ମର୍ସିଡିଜ୍ ବେଞ୍ଜ ଅଛି ଯାହାର ମୂଲ୍ୟ ୫୮ ଲକ୍ଷ ଟଙ୍କା । ଏହା ସହିତ ସେ ମର୍ସିଡିଜ୍ ମେବୈକ୍ ର ମାଲିକିଆଣି ଅଟନ୍ତି । ଏହି କାରର ମୂଲ୍ୟ ୩.୯୧ କୋଟି ଟଙ୍କା । କଙ୍ଗନା ଙ୍କ ରଏକ ଭେସ୍ପା ସ୍କୁଟର ମଧ୍ୟ ଅଛି, ଯାହାର ମୂଲ୍ୟ ୫୩,୦୦୦ ଟଙ୍କା ଅଟେ ।

ସତ୍ୟପାଠ ଅନୁସାରେ, ମୁମ୍ବାଇ, ପଞ୍ଜାବ ଓ ହିମାଚଳପ୍ରଦେଶର ମଣ୍ଡିରେ ତାଙ୍କର ଜମି ଓ ଘର ରହିଛି । କଙ୍ଗନାଙ୍କ ପାଖରେ ନଗଦ ୨ ଲକ୍ଷ ଟଙ୍କା ରହିଛି । ବ୍ୟାଙ୍କରେ ସେ ଆଉ ୧.୩୫ କୋଟି ଟଙ୍କା ଜମା ରଖିଛନ୍ତି । ତାଙ୍କ ନାଁରେ ୫୦ଟି ଏଲଆଇସି ପଲିସି ରହିଛି । ଏହାର ଦାମ ୭.୩ କୋଟି ଟଙ୍କା । କଙ୍ଗନା କେବଳ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଛନ୍ତି ।

ତାଙ୍କ ନାଁରେ ମୋଟ ୮ଟି ଅପରାଧିକ ମାମଲା ରହିଛି । ଏହା ମଧ୍ୟରୁ ୩ଟି ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ରୁଜୁ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।

ତେବେ ମଣ୍ଡି ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା କଙ୍ଗନାଙ୍କ ବିପକ୍ଷରେ କଂଗ୍ରେସ ବିକ୍ରମାଦିତ୍ୟ ସିଂହଙ୍କୁ ଟିକେଟ ଦେଇଛି । ଜୁନ୍ ୧ରେ ମଣ୍ଡି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ ।

Leave A Reply

Your email address will not be published.