Latest Odisha News

BREAKING NEWS

ପ୍ରବାସୀ ଭାରତୀୟ ସମ୍ମେଳନୀରେ ପ୍ରଧାନମନ୍ତ୍ରୀ, କହିଲେ ‘ପ୍ରବାସୀ ଭାରତର ରାଷ୍ଟ୍ରଦୂତ’

ଭୁବନେଶ୍ବର: ଆଜି ୧୮ ତମ ପ୍ରବାସୀ ଭାରତୀୟ ଦିବସର ଦ୍ବିତୀୟ ଦିନ । ଆଉ ଦ୍ବିତୀୟ ଦିନରେ ଏହି ସମ୍ମେଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି ମୋଦି । ଏହାପରେ ଜନତା ମିଦାନରେ ଉପସ୍ଥିତ ଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଦେଶର ରାଷ୍ଟ୍ରଦୂତ ବୋଲି କହିଛନ୍ତି ।

ନିଜ ଅଭିଭାଷଣରେ ଓଡିଶାର ସଂସ୍କୃତି ଏବଂ ଐତିହ୍ୟକୁ ପୁଣି ଥରେ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି । ଏହାକୁ ନେଇ ମୋଦି କହିଛନ୍ତି, ଓଡିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଆଜି ଓଡିଶାର ଖଣ୍ଡଗିରି, ଉଦୟଗିରି ଏବଂ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ଯେଉଁଠି ଧଉଲି ଭଳି ଶାନ୍ତି ସ୍ତୁପ ରହିଛି । ଆଉ ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି ବୋଲି କହିଛନ୍ତି ମୋଦି । ଏଥିସହିତ ସେ କହିଛନ୍ତି, ପୂର୍ବରୁ ସମୁଦ୍ର ଯାତ୍ରା କରି ବଣିକମାନେ ବାର୍ଲି ଏବଂ ସୁମାତ୍ରା ଭଳି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଏଥିପାଇଁ ଆଜି ବି ସେହି ପରମ୍ପରାକୁ ମନେପକାଇ ବାଲିଯାତ୍ରା ପାଳୁଛି ଓଡିଶା ।

ସେହିପରି ମୋଦି ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ କ୍ଷେତ୍ରକୁ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଏଥିସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭାରତୀୟ ଯୁଆଡେ ଯାଆନ୍ତି ସେଠିକାର ନିୟମ ସହ ଯୋଡି ହୋଇଯାଆନ୍ତି ।  ଆଜି ବିଦେଶରେ ମୁଁ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରେ  । ଏଥିପାଇଁ ଦେଶ ସବୁବେଳେ ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଛି । ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ବ । ପୁର୍ବରୁ ପ୍ରବାସୀମାନେ ସାହାର୍ଯ୍ୟ ପାଇଁ ଅନୁରୋଧ କରୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ଆମେ ପ୍ରବାସୀଙ୍କୁ ଗୁରୁତ୍ବ ଦେଉଛୁ  ବୋଲି କହିଛନ୍ତିି ମୋଦି ।

ଏଥିସହିତ ଭାରତର ଅଭିବୃଦ୍ଧି ନେଇ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ବ । ଅର୍ଥନୀତିରେ ଦଶମ ସ୍ଥାନରୁ ଉଠି ପଞ୍ଚମ ସ୍ଥାନରେ ପହଂଚିଲାଣି ଦେଶ । ଯାହାକି ଖୁବଶୀଘ୍ର ତୃତୀୟ ସ୍ଥାନକୁ ଆଣିବାକୁ ପ୍ରୟାସ କରୁଛି ଭାରତ । ଟେକନୋଲୋଜିରେ ବି ବହୁତ ଆଗରେ ଭାରତ । ଏବେ ଭାରତ ତାର ସବୁ ଫାଇଟର ଜେଟ୍  ନିର୍ମାଣ କରୁଛି । ଆଜି ଭାରତର କଥାକୁ ସମସ୍ତେ ଶୁଣୁଛନ୍ତି ।

 

Leave A Reply

Your email address will not be published.