ନୂଆଦିଲ୍ଲୀ: ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ Facebook ପେଜ୍ରେ ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଗୀତକୁ ପୋଷ୍ଟ କରିଛନ୍ତି । କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଦୁର୍ଗତିନାଶିନୀ ମାଆ ଗାଇଥିବା ଗୀତକୁ ତାଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି ।
ଏହି ଗୀତକୁ ଗାଇଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ। ମାଆଙ୍କର ଭକ୍ତିରେ ବିରାଟ ଶକ୍ତି ରହିଛି। ଦେବୀ ମାଆଙ୍କ ବନ୍ଦନାରେ ସ୍ରଦ୍ଧାଳୁଙ୍କ ମନ ସକାରାତ୍ମକ ଉର୍ଜାରେ ଭରିଯାଏ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।