Latest Odisha News

BREAKING NEWS

ଋଷ୍ ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେଲେ ମୋଦି

ଦିଲ୍ଲୀ :ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସୋମବାର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିନିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନରେ ଉପୁଜିଥିବ ବିବାଦୀୟ ପରିସ୍ଥିତି ଏବଂ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବୁଝାମଣା ସମ୍ପର୍କରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି।

ଜାରି ରହିଥିବା ଦ୍ୱନ୍ଦ୍ୱ ଏବଂ ମାନବିକ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ହିଂସାକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନକୁ ଦୋହରାଇଛନ୍ତି ଏବଂ ପ୍ରସଙ୍ଗଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଦୁଇ ଦଳ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ପାଇଁ ଭାରତ ସର୍ବଦା ଛିଡା ହୋଇଛି ବୋଲି ଉଲ୍ଲେଖ କରିଛନ୍ତି।

ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ବାହାର କରିବାରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ୟୁକ୍ରେନରେ ରହିଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗଭୀର ଚିନ୍ତା ପ୍ରକଟ କରିଥିଲେ ଏବଂ ସେମାନଙ୍କର ଶୀଘ୍ର ଓ ନିରାପଦ ସ୍ଥାନାନ୍ତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଋଷ୍ ୟୁକ୍ରେନ ଯୁଦ୍ଧ ସୂଚନା ଅନୁସାରେ ଋଷ୍ ଓ ୟୁକ୍ରେନ ମଧ୍ୟ ଗତ ୨୪ ତାରିଖରୁ ଯୁଦ୍ଧ ଜାରି ରହିଛି ।ଋଷର ଘନ ଆକ୍ରମଣ ସାଙ୍ଗକୁ ମିଜାଇଲ୍ ମାଡରେ ୟୁକ୍ରେନ ବାସୀ ଥରହର ହେଲେଣି ।

Comments are closed, but trackbacks and pingbacks are open.