ନୂଆଦିଲ୍ଲୀ:ଏତେ ଖୁସି ଭଲ ନୁହେଁ । ଖୁସିରେ ଏତେ ଝୁମିଲେ ଯେ କିଏ ମୃତ କିଏ ଜୀବିତ ଭୁଲିଗଲେ । ଶେଷରେ ଯାହା ପାଇଁ ନାଚୁଥିଲେ ତାଙ୍କୁ ଅର୍ଥାତ ରାହୁଲ ଗାନ୍ଧୀଙ୍କୁ ସ୍ୱର୍ଗୀୟ ବୋଲି କହିଦେଲେ । ହଁ, ଆମେ କହୁଛୁ କଂଗ୍ରେସ ନେତାଙ୍କ କଥା ।
ଗତକାଲି ରାହୁଲ ଗାନ୍ଧୀଙ୍କ ସଜା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇବା ପରେ କଂଗ୍ରେସ ଶିବିରରେ ଯେମିତି ମହୋତ୍ସବର ମାହୋଲ । ବାଣ, ମିଠାରେ କଂଗ୍ରେସ ଶିବିର ପଡୁଥିଲା, ଉଠୁଥିଲା । ଏମିତି ଅବସରରେ ଖୁସିରେ ପାଗଳ ଜାମତଡା ବିଧାୟକ ଇରଫାନ ଅନସାରୀ କହୁ କହୁ ରାହୁଲ ଗାନ୍ଧୀଙ୍କୁ ‘ସ୍ୱର୍ଗୀୟ’ କହିଦେଲେ ।
ଝାରଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିଲା । ଏହି ସମୟରେ ରାହୁଲଙ୍କ ସଜା ଉପରେ ରୋକ ଲାଗିବା ଖବର ଆସିଥିଲା ।ବିଧାନସଭା ବାହାରେ ମିଡିଆ ସହ କଥାବର୍ତ୍ତା କରିବା ଅବସରରେ ଅନସାରୀ ଖୁସିରେ ଗଦଗଦ ହୋଇ ଯାଉଥିଲେ । ଗାନ୍ଧୀ ପରିବାରର ଗୁଣଗାନ କରୁଥିଲେ । ଏତେ ବିହ୍ୱଳ ହୋଇ ଯାଇଥିଲେ ଯେ, ରାହୁଲଙ୍କୁ ସ୍ୱର୍ଗୀୟ କହିଦେଲେ । ଏହା ପରେ ଇରଫାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭିଡିଓରେ ଦେଖିବାକୁ ମିଳିଛି, ଯେମିତି ଅନସାରୀ ରାହୁଲଙ୍କୁ ସ୍ୱର୍ଗୀୟ କହିଛନ୍ତି, ସେମିତି ତାଙ୍କ ଆ୍ଖପାଖରେ ଥିବା ଲୋକ ତାଙ୍କୁ ରୋକିଥିଲେ । ଅନସାରୀ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ଅବଦାନ ବିଷୟରେ କହିବାକୁ ଚାହୁଁଥୁଲେ । ହେଲେ ଭୁଲରେ ତାଙ୍କ ପାଟିରୁ ବାହାରିପଡିଲା ‘ଆଜି ସ୍ୱର୍ଗୀୟ ରାହୁଲ ଗାନ୍ଧୀ ଯଦି ନ ଥାନ୍ତେ ତେବେ ଏ ଡିଜିଟାଲ କ୍ୟାମେରା ନ ଥାନ୍ତା, ସମସ୍ତଙ୍କ ହାତରେ ଏ ଫୋନ ନ ଥାନ୍ତା ।’
ସେହି ସମୟରେ ସେଠାରେ ଉପସ୍ଥିତ ଥିବା ବିଧାୟକ ଉମାଶଙ୍କର ତାଙ୍କ ଭୁଲକୁ ସୁଧାରି ଦେଇଥିଲେ । ରାହୁଲ ନୁହେଁ ରାଜୀବ ବୋଲି କହିଥିଲେ । ପରେ ପରେ ଅବଶ୍ୟ ଅନସାରୀ ନିଜ ଭୁଲ ସୁଧାରିଥିଲେ । ହେଲେ ସେତେବେଳକୁ କଥା ସରିଥିଲା । ପରେ ପରେ ସେହି ଭିଡିଓ ଭାଇରାଲ ହୋଇ ଯାଇଥିଲା ।
इतनी भी खुशी अच्छी नही..अपने ही नेता राहुल गांधी को स्वर्गीय बता डाला इरफान अंसारी ने…!! pic.twitter.com/Z3nyTwiPG7
— chandan sinha (@chandanSinhaAbp) August 5, 2023
Comments are closed.