Latest Odisha News

ଜନତା ମଇଦାନରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି; କହିଲେ, ବିକାଶମୂଳକ ଯୋଜନାକୁ ଅଟକେଇବା….

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ଭେଟି ଦେଇଛନ୍ତି । ୧୯ ହଜାର କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦି । ଏହି ଅବସରରେ ସେ ଜନତା ମଇଦାନରୁ କଂଗ୍ରେସକୁ ଜବରଦସ୍ତ ଟାର୍ଗେଟ୍ କରିଛନ୍ତି ।

ମୋଦି କଂଗ୍ରେସର ବିକାଶ ମଡେଲ୍ କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ସ୍ବାଧୀନତା ପରେ ଦଶନ୍ଧି ଦଶନ୍ଧି ଧରି କଂଗ୍ରେସର ବିକାଶ ମଡେଲ୍ ଦେଶବାସୀ ଦେଖିଥିଲେ । ବିକାଶମୂଳକ ଯୋଜନାକୁ ଅଟକେଇବା, ବାଟବଣା କରିବା ଏବଂ ଦୁର୍ନୀତିରେ ବୁଡ଼ି ରହିବା କଂଗ୍ରେସ ବିକାଶ ମଡେଲର ପରିଚୟ ଥିଲା । ଯେଉଁ ମଡେଲ୍ ରେ ସୁଶାସନ ନଥିଲା କି ବଞ୍ଚିବା ପାଇଁ ଜନତାଙ୍କୁ ସହଜ ମଧ୍ୟ ନଥିଲା ।

କିନ୍ତୁ ବିଜେପିର ବିକାଶ ମଡେଲ ସମଗ୍ର ଦେଶବାସୀ କିଛି ବର୍ଷ ହେବ ଦେଖି ଆସୁଛନ୍ତି । ବିଗତ ଦଶ ବର୍ଷ ମଧ୍ୟରେ ଦେଶର ଏମିତି ଅନେକ ରାଜ୍ୟ ଅଛି ଯେଉଁଠାରେ ବିଜେପି ପ୍ରଥମ କରି ସରକାର କରିଛି । ଖାଲି ସରକାର ବଦଳିନି ବିଜେପି କ୍ଷମତାକୁ ଆସିବା ପରଠୁ ବିଭିନ୍ନ ରାଜ୍ୟରେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ।

ମୋଦି ଆହୁରି କହିଛନ୍ତି ଯେ, ୧୦ ବର୍ଷ ପୂର୍ବେ ଆସାମର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା । ଦଶନ୍ଧି, ଦଶନ୍ଧି ଧରି ସେଠାରେ ଉଗ୍ରବାଦୀ କାଣ୍ଡ ଚାଲି ଆସୁଥିଲା । ଦଙ୍ଗା ଓ ହିଂସା ଆଦିରେ ଅସହ୍ୟ ହେଇପଡୁଥିଲେ ଆସାମବାସୀ । ହେଲେ ସେଠାରେ ବିଜେପି ସରକାର ଗଢିବା ପରେ ଏସବୁ ନାଶ ହୋଇଛି । ପ୍ରଗତି ପଥରେ ଦୌଡୁଛି ଆସାମ ରାଜ୍ୟ, ଲୋକେ ସେଠାରେ ଶାନ୍ତିରେ ଜୀବନ ଯାପନ କରୁଛନ୍ତି ।

Comments are closed.