ପୁରୀ: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଓ୍ବାର ଦେଖାଇବେ ମୋଦୀ । ସକାଳ ୭ଟାରେ ମହାପ୍ରଭୁଙ୍କ ଦର୍ଶନ ପରେ କରିବେ ମେଗା ରୋଡ ଶୋ’। ଏଥି ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ବ୍ୟବସ୍ଥା କରାଯିବ ସହ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ, ‘ଶ୍ରୀଜିଉଙ୍କ ଦର୍ଶନ ପାଇଁ ସାଢ଼େ ୭ଟାରେ ପହଞ୍ଚିବେ ମୋଦି । ମୋଦିଙ୍କ ଶ୍ରୀଜିଉ ଦର୍ଶନ ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା ଜାରି କରାଯିବ । ରୋଡ ସୋ ପାଇଁ ତାଳବଣିଆ ଛକରୁ ଶ୍ରୀମନ୍ଦିର, ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ମଧ୍ୟ କଟକଣା ରହିବ । ଏଥିସହିତ, ବିଭିନ୍ନ ସ୍ଥାନରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।’
ଏଥିସହିତ ତାଙ୍କର କଟକ ଗସ୍ତର କାର୍ଯ୍ୟକ୍ରମ ପାଇଁ କଟକରେ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଆସନ୍ତକାଲି ପୁରୀ ପରେ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ୧୫୦ ଅଫିସର, ୨୨ ଏସିପିଙ୍କ ସମେତ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ଆଜି ସନ୍ଧ୍ୟାରେ ପୁଣି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ଅର୍ଥାତ୍ ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ରୋଡ୍ ଶୋ’ କରିବେ ମୋଦି। ମହାପ୍ରଭୁଙ୍କ ଦର୍ଶନ ପରେ ସେ ରୋଡ୍ ଶୋ’ କରିବେ। ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ ସାଢ଼େ ୯ଟାରେ ସେଠାରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି। ସେଠାରୁ ସେ ସିଧା କଟକ ଆସି ସାଢ଼େ ୧୧ଟାରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।
Comments are closed.