Latest Odisha News

BREAKING NEWS

୧୭ରେ ଦୁର୍ଗ-ବିଶାଖାପାଟନମ ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ଵର: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ ।

ଏହି ଟ୍ରେନ ଚାଲିବା ଦ୍ୱାରା ବିଶେଷ କରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାର ଲୋକମାନେ ଉପକୃତ ହେବେ । ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ରହଣି କରିବ ।

ତେବେ ଏହି ଟ୍ରେନର ଶୁଭାରମ୍ଭ ପୂର୍ବରୁ ସମ୍ବଲପୁର ଡିଆରଏମ ତୁଷାରକାନ୍ତ ପାଣ୍ଡେ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ସେପଟେ ସମାନ ଦିନରେ ରାଜ୍ୟର ବିଜେପି ସରକାରଙ୍କ ‘ସୁଭଦ୍ରା’ ଯୋଜନା ସହ ଭୁବନେଶ୍ଵରରେ ୨୮୦୦ କୋଟି ଟଙ୍କା ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ୧ ହଜାର କୋଟିର ନ୍ୟାସନାଲ ହାଇଓ୍ବେ ପ୍ରକଳ୍ପ ର ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

Comments are closed.