ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରାଦେଶ ଲକଡାଉନ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିବା ନେଇ ସୂଚନା ପ୍ରଦାନ କରିଛନ୍ତି।
At 9 AM tomorrow morning, I’ll share a small video message with my fellow Indians.
कल सुबह 9 बजे देशवासियों के साथ मैं एक वीडियो संदेश साझा करूंगा।
— Narendra Modi (@narendramodi) April 2, 2020
ଏପ୍ରିଲ ୩ ତାରିଖ (ଆଜି) ସକାଳ ୯ ଟାରେ ଦେଶବାସୀଙ୍କ ସହ ଏକ ଭିଡ଼ିଓ ବାର୍ତ୍ତା ସେୟାର କରିବା ନେଇ ମୋଦୀ ଗୁରୁବାର ଦିନ ଟ୍ୱିଟ କରି ପ୍ରକାଶ କରିଥିଲେ।
ଏହି ଭିଡ଼ିଓ ବାର୍ତ୍ତାରେ କ’ଣ ସନ୍ଦେଶ ରହିବ ତାହା ଘୋଷଣା କରାଯାଇନଥିଲେ ମଧ୍ୟ ଲୋକମାନେ ଯେପରି ଲକଡାଉନ୍ ଅନୁସରଣ କରିଛନ୍ତି ଏବଂ ଅବଶିଷ୍ଟ ଦିନରେ ସମାନ ଲକଡାଉନ୍ ଅନୁସରଣ କରନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ, ବୋଲି ମୋଦୀ ଏହି ବିଷୟରେ କହିବା ନେଇ ଆଶା କରାଯାଉଛି।
Comments are closed.