ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନରର୍ସ ଓଡିଶାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଡିଏ ପ୍ଲାନିଂ ମେମ୍ବର ମହମ୍ମଦ କ୍ୟୁଆଇ ଅଲ୍ଲି । ଦୁଇ ବର୍ଷ ପାଇଁ ଏହି ଦାୟିତ୍ବ ତୁଲାଇବେ । ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନରର୍ସ ଓଡିଶା ଆଞ୍ଚଳିକ ଚାପଟରର ସାଧାରଣ ବାର୍ଷିକ ପରିଷଦ ବୈଠକରେ ମହମ୍ମଦ କ୍ୟୁଆଇ ଅଲ୍ଲିଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।
ଉକ୍ତ ବୈଠକରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ରହି ଅନେକ ଗୁତୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ସେଥିରେ ଯୋଗ ଦେଇଥିବା ଯୋଗ୍ୟ ନଗର ଯୋଜନାକାରୀମାନେ ସମ୍ମୁଖିନ ହେଉଥିବା ନିଯୁକ୍ତି ସଙ୍କଟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡିକୁ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।
Comments are closed.