Latest Odisha News

BREAKING NEWS

ଜାତୀୟ ସଙ୍ଗୀତ ଗାଉଥିଲାବେଳେ କାହିଁକି କାନ୍ଦିଥିଲେ ସିରାଜ ?

ଭୁବନେଶ୍ୱର: ସିଡନୀରେ ଖେଳିବା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଭାରତୀୟ କ୍ରିକେଟ୍ ଦଳର ଦୃତ ବୋଲର୍ ମହମ୍ମଦ ସିରାଜ । ଅଷ୍ଟ୍ରେଲିଆ ବିରୋଧରେ ଆଜିଠୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲାବେଳେ ସିରାଜ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାଉଥିବାବେଳେ ସେ କାହିଁକି କାନ୍ଦିଥିଲେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଡେଭିଡ୍‌ ୱାର୍ଣ୍ଣରଙ୍କ ୱିକେଟ୍ ହାସଲ କରି ସିରାଜ ଭାରତ ପାଇଁ ଆଣିଦେଇଥିଲେ ପ୍ରଥମ ସଫଳତା । ହେଲେ ତାଙ୍କ କାନ୍ଦ ସାଜିଥିଲା ପ୍ରଥମ ଦିନର ଚର୍ଚ୍ଚାର ବିଷୟ ବସ୍ତୁ । ପ୍ରଥମ ଦିନର ଖେଳ ସମାପ୍ତି ପରେ ତାଙ୍କୁ କାନ୍ଦିବା ପଛର କାରଣ ପଚରାଯାଇଥିଲା । ଉତ୍ତର ସ୍ୱରୂପ ସେହି ସମୟରେ ନିଜ ପିତାଙ୍କ କଥା ମନେପଡିବାରୁ ସେ କାନ୍ଦିପକାଇଥିଲେ ବୋଲି ସିରାଜ କହିଥିଲେ ।

ଅନ୍ୟପଟେ ମ୍ୟାଚରେ ୱିଲ୍‌ଙ୍କର ଦୁଇଦୁଇଟି କ୍ୟାଚ୍ ଛାଡି ରିସଭ ପନ୍ତ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି । ପରେ ଅଥଚ ୱିଲ୍‌ଙ୍କ ୱିକେଟ୍ ହାସଲ କରି ନଭଦୀପ ସୈନୀ ଦଳର ଭାରସାମ୍ୟ ରକ୍ଷା କରିଥିଲେ ।

Leave A Reply

Your email address will not be published.