Latest Odisha News

ବାଂଲାଦେଶ ହିନ୍ଦୁଙ୍କ ଉପରେ ଏପରି କହିଲେ ମୋହନ ଭାଗବତ

ନାଗପୁର: ବିଜୟାଦଶମୀ ଅବସରରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ନାଗପୁରର ରେଶମ ବାଗ ପଡିଆରେ ଶସ୍ତ୍ର ପୂଜା କରିଛନ୍ତି । ଏହା ପରେ ସେ ସଂଗଠନର କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ମୋହନ ଭାଗବତ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଇସ୍ରାଏଲର ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଆମ ଦେଶ ଆଗକୁ ବଢୁଛି। ଭାରତ ସବୁ କ୍ଷେତ୍ରରେ ଅଗ୍ରଗତି କରୁଛି ।

ଏହି ଅବସରରେ ବାଂଲାଦେଶରେ ପ୍ରବାସୀ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ମୋହନ ଭାଗବତ କହିଛନ୍ତି, “ପ୍ରଥମ ଥର ପାଇଁ ହିନ୍ଦୁମାନେ ଏକାଠି ହୋଇ ନିଜକୁ ରକ୍ଷା କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହା ସମସ୍ତ ହିନ୍ଦୁମାନଙ୍କ ପାଇଁ ଏକ ଶିକ୍ଷା । ଏଥିପାଇଁ ସମଗ୍ର ବିଶ୍ୱର ହିନ୍ଦୁଙ୍କୁ ଏକତ୍ରିତ ହେବା ଦରକାର, ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର। ଯେଉଁଠି ବି ଥିଲେ ଆମକୁ ଏକଜୁଟ ଓ ସଶକ୍ତ ହେବାକୁ ପଡ଼ିବ।”

ବାଂଲାଦେଶରୁ ଭାରତକୁ ବେଆଇନ ଅନୁପ୍ରବେଶ କରୁଥିବା ସମ୍ପର୍କରେ ସେ କହିଛନ୍ତି, ବେଆଇନ ଅନୁପ୍ରବେଶ ଏବଂ ଜନସଂଖ୍ୟା ଅସନ୍ତୁଳନ ଗୁରୁତର ବିଷୟ ପାଲଟିଛି । ଏହି ଅନୈତିକ ଅନୁପ୍ରବେଶ ଯୋଗୁ ଦେଶର ପାରସ୍ପରିକ ସମନ୍ବୟ ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ସରକାରଙ୍କୁ ମଧ୍ୟ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ ।

ସେହିପରି କୋଲକାତା ଅଭୟାକାଣ୍ଡକୁ ସବୁଠୁ କଳଙ୍କିତ ଓ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ମୋହନ ଭାଗବତ । ଏହି ଘଟଣାକୁ ରାଜନୀତି ଓ ଅପରାଧର ସଂଗମ କହିଛନ୍ତି ମୋହନ ।

Leave A Reply

Your email address will not be published.