Latest Odisha News

ମୋହନ ସରକାରଙ୍କ ପ୍ରଥମ ବଜେଟ୍, ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍ । କ୍ଷମତାକୁ ଆସିବା ପରେ ଏହା ବିଜେପି ସରକାରର ପ୍ରଥମ ବଜେଟ୍ । ଏନେଇ ବିକଶିତ ଓଡିଶା ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ୨୦୨୩-୨୪ ତୁଳନାରେ ୨୦୨୪- ୨୫ ବଜେଟ ପରିମାଣ ୧୫% ଅଧିକ । ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଅଟକଳ ବ୍ୟୟବରାଦ ରହିଛି ।

ବଜେଟ୍ ଉପସ୍ଥାପନା ଆରମ୍ଭରୁ ହିଁ ଏହା ବିକଶିତ ଓଡିଶା ପାଇଁ ବଜେଟ୍ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଜେପି ସରକାରର ପ୍ରଥମ ବଜେଟରେ ମହିଳା, ଯୁବକ, ଗରିବ ଓ କୃଷକମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି । ଏହାରି ଭିତରେ କୃଷକ ଭାଇଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ମୂଲ୍ୟକୁ ୩୧୦୦ ଟଙ୍କା କରିଥିବା ବେଳେ ଆଜି ବଜେଟରେ ଏହାକୁ ଆହୁରି ୮୦୦ ଟଙ୍କା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଗତଥର ଅପେକ୍ଷା ଏଥର କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟାପକ ଅନୁଦାନ ମିଳିଛି ।

କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବଜେଟ ବ୍ୟୟବରାଦ କରାଯାଇଚି । ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବାବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ବ୍ୟୟବରାଦ କରାଯାଇଛି । ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ । ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ । ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ୍‌ କିଷାନ ଲାଗୁ କରାଯିବ । ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଚି । ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା ରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ ହୋଇଛି । ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.