ଭୁବନେଶ୍ବର: ସାମ୍ନାକୁ ଆସିଲା ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଚାଲିଥିବା ବେଳେ ଏହି ସର୍ଭେର ଫଳାଫଳ ଆସିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।
ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କ ରାଜ୍ୟର ୪୪.୬ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।
ଦ୍ବିତୀୟରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ତାଙ୍କୁ ୪୧.୯ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପରେ ତୃତୀୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରହିଛନ୍ତି । ତାଙ୍କୁ ୪୧.୯ ପ୍ରତିଶତ ସମର୍ଥନ ମିଳିଛି । ଚତୁର୍ଥରେ ଭୂପେନ୍ଦ୍ର ପଟେଲ, ତାଙ୍କୁ ୪୦.୭ ପ୍ରତିଶତ ରେଟିଂ ମିଳିଛି । ସେହିପରି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୪୦.୪ ପ୍ରତିଶତ ସମର୍ଥନ ଦେଇଛନ୍ତି ରାଜ୍ୟ ଲୋକେ । ଷଷ୍ଠ ସ୍ଥାନରେ ରହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତାଙ୍କୁ ମିଳିଛି ୩୯.୨ ପ୍ରତିଶତ ରେଟିଂ ।
ସପ୍ତମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହାପରକୁ ରହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ୮ମ ସ୍ଥାନରେ ଅଛନ୍ତି ମୋହନ ମାଝୀ । ଓଡିଶାର ୩୪.୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।
ଏହାପରକୁ ନବମ ସ୍ଥାନ ଅଧିଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦.୧ ପ୍ରତିଶତ ପାଇ ସେ ନବମ ସ୍ଥାନରେ ରହିଛନ୍ତି । ଏହାପରକୁ ଶେଷ ସ୍ଥାନରେ ରହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ । ୨୯.୯ ପ୍ରତିଶତ ପାଇ ସେ ଦଶମ ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ, ଏହି ରିପୋର୍ଟକୁ ନେଇ ବିଜେଡି ବିଜେପିକୁ ତାତ୍ସଲ୍ୟ କରି କହିଛିଯେ, ବିଜେଡି ଗଠନର ୫ ବର୍ଷ ଭିତରେ ନବୀନଙ୍କ ରାଙ୍କ ଥିଲା ନମ୍ବର ୱାନ୍ । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ଥିଲେ ରାଙ୍କ ୱାନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଜିର ମୁଖ୍ୟମନ୍ତ୍ରୀଙ୍କ ରାଙ୍କ ୮ ନମ୍ବରରେ ପହଞ୍ଚିଛି ।
ବିଜେପି କହିଥିଲା ଡବଲ ଇଞ୍ଜିନ ଆସିଲେ ଓଡ଼ିଶା ରାଙ୍କ ଡବଲ ହୋଇଯିବ । କିନ୍ତୁ ଗୋଟିଏ ବର୍ଷ ପରେ ଓଡ଼ିଶା ୧ ରୁ ୮କୁ ଖସି ଗଲାଣି ।
ଗତକାଲି ଆଇସିସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ରେ ଓଡ଼ିଶା ୫ମ ସ୍ଥାନରେ ରହିବ । ଗୋଟେ ବର୍ଷ ଭିତରେ ଏମିତି କ’ଣ ହେଇଗଲାଣି ଯେ,ସରକାର ଅନୁଭବ କଲେଣି ତାଙ୍କ ଦ୍ଵାରା ସରକାର ଚାଲି ପାରିବନି । ଏହା ସରକାରଙ୍କ ଅପାରଗତା ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ ଆଣିଛନ୍ତି ।
Comments are closed.