ଭୁବନେଶ୍ୱର: ରେଳ ବଜେଟ୍ରେ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗରେ ଆଜି ବଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟର ବୈଠକ ବସିଥିଲା । ତେବେ ଏହି ବୈଠକରେ ରେଳ ଅନୁଦାନ ନେଇ ଆଲୋଚନା ଚାଲିଥିବା ବେଳେ ଏକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବୈଠକ ଅଧାରୁ ଉଠି ଆସିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମଝୀ । ବୈଠକରେ ଉପସ୍ଥିତ ଅଧିକାରୀ କୌଣସି ଉତ୍ତର ଦେଉନାହାନ୍ତି । ତେଣୁ ସେ କାଲି ରେଳ ମନ୍ତ୍ରୀଙ୍କୁ ଭେଟିବାକୁ ଯିବେନି ବୋଲି କ୍ଷୋଭର ସହ କହିଛନ୍ତି । ଅଫିସରଙ୍କ କଥାରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ରେଳ ବଜେଟ୍ରେ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଳବାଇ ସମ୍ପର୍କିତ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଳ ଅନୁଦାନ ନେଇ ଆଲୋଚନା ହୋଇଛି । ଆସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଅବଗତ କରାଇବ ଗୃହ କମିଟି । ତେବେ କେଉଁ କେଉଁ ଦିଗ ନେଇ ଦାବି ରହିବ ସେ ନେଇ ଆଜିର ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
BREAKING NEWS
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ

Comments are closed.