Latest Odisha News

INSର ନୂଆ ସଭାପତି ମୋହିତ ଜୈନ, ସମାହିତ ବଳ କାର୍ଯ୍ୟକାରୀ କମିଟି ସଦସ୍ୟ ନିର୍ବାଚିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ନ୍ୟୁଜ୍ ପେପର୍ ସୋସାଇଟି ବା ଆଇଏନଏସର ନୂଆ ସଭାପତି ଭାବରେ ଇକୋନୋମିକ୍ ଟାଇମ୍ସର ମୋହିକ ଜୈନ୍ ନିର୍ବାଚିତ ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆଇଏନଏସର ୮୨ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୧-୨୦୨୨ ବର୍ଷ ଲାଗି ନିର୍ବାଚିତ ଅନୁଷ୍ଠିତ ହୋଇଥିଲା ।

‘ସାକ୍ଷୀ’ର କେ. ରାଜା ପ୍ରସାଦ ରେଡ୍ଡୀ ଡେପୁଟୀ ପ୍ରେସିଡେଣ୍ଟ ଓ ‘ଆଜ ସମାଜ’ର ରାକେ ଶର୍ମା ଭାଇସ୍ ପ୍ରେସିଡେଷ୍ଟ ଓ ‘ଅମର ଉଜ୍ଜାଲା’ର ତନ୍ମୟ ମାହେଶ୍ୱରୀ ଟ୍ରେଜରର ଭାବରେ ନିର୍ବାଚିତ ହୋଇଛନ୍ତି । ଆଇଏନଏସ କାର୍ଯ୍ୟକାରୀ କମିଟିକୁ ମୋଟ୍ ୪୧ ଜଣଙ୍କୁ ନିର୍ବାଚିତ କରାଯାଇଛି । ଓଡ଼ିଶାରୁ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ ପୁନଃ ନିର୍ବାଚିତ ହୋଇଛନ୍ତି ।

Comments are closed.