Latest Odisha News

ରାଜ୍ୟରେ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୧ଜଣ କେସ୍ ବାହାରିଛି । ସେହିପରି ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୪ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

BjdElectrycity

ଅନୁଗୁଳରୁ ଜଣେ, ଭଦ୍ରକରୁ ୩ଜଣ, କଟକରୁ ୧୭ଜଣ, ଦେବଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୩ଜଣ, ଝାରସୁଗୁଡ଼ାରୁ ୪ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, ଖୋର୍ଦ୍ଧାରୁ ୧୦୭ଜଣ, ମୟୁରଭଞ୍ଜରୁ ୩ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୨ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୮ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ଜଣ, ଷ୍ଟେଟ୍ ପୁଲରୁ ୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୫୨ହଜାର ୮୩୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଲକ୍ଷ ୪୨ହଜାର ୪୪୩ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୧ହଜାର ୮୯୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.