Latest Odisha News

BREAKING NEWS

ସେଫ୍ ବିକାଶ ଖାନ୍ନାଙ୍କ ଏଆଇ ଟେକ୍ନୋଲୋଜିରେ ମୋନାଲିସା ଓ ଭାରତୀୟ ଖାଦ୍ୟ

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-ସଞ୍ଚାଳିତ ଟେକ୍ନୋଲୋଜି ଓ ଇନୋଭେସନ୍ ବିଶ୍ୱରେ ଏକ ବୈପ୍ଳବିକ କ୍ରାନ୍ତି ଆଣି ମାନବ ଇତିହାସକୁ ପରିବର୍ତ୍ତନ କରିବା ପାଇଁ ଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟକ୍ତି ଏଆଇକୁ ବିଭିନ୍ନ ଦିଗରେ ବ୍ୟବହାର କରୁଥିବା ଖବର ସାମ୍ନାକୁ ଆସିଛି। ପରିବର୍ତ୍ତନର ଶକ୍ତିଶାଳୀ ପ୍ରତିନିଧି ଭାବରେ, ଏଆଇ ଟେକ୍ନୋଲୋଜି ମାନବ ବୁଦ୍ଧିମତା ଓ ସାମାଜିକ-ଅର୍ଥନୈତିକ ସମସ୍ୟାଗୁଡ଼ିକର ସମାଧାନ କରିବା କ୍ଷେତ୍ରରେ ଅନେକ ସୁଯୋଗ ଦେବ ବୋଲି ବିବେଚନା କରାଯାଉଛି। ଏହାରି ଭିତରେ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ମଧ୍ୟ ଏଆଇକୁ ବ୍ୟବହାର କରି ସୋସିଆଲ ମିଡିଆରେ ନିଜର କ୍ରିଏଟିଭିଟି ସେୟାର କରିଛନ୍ତି।

ସେଫ୍ ବିକାଶ ଖାନ୍ନା ଏଆଇକୁ ବ୍ୟବହାର କରି ମୋନାଲିସା ଭାରତୀୟ ଖାଦ୍ୟ ଖାଉଥିବାର ଏକ ଫଟୋ ଚିତ୍ର ଆଙ୍କିଛନ୍ତି। ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ଏଆଇ ମାଧ୍ୟମରେ ମୋନାଲିସା ଭାରତୀୟ ଖାଦ୍ୟକୁ ଉପଭୋଗ କରୁଥିବା ଏକ ଫଟୋ ଆଙ୍କିବାରେ ସଫଳ ହୋଇଛି।”

 

ଫଟୋରେ ମୋନାଲିସା ଭାରତୀୟ ପୋଷାକରେ ସ୍ପଷ୍ଟ ନିଜର ଆସୁଛନ୍ତି ଏବଂ ଏହା ସହ ଏକ ଟେବୁଲରେ ଭାରତୀୟ ଖାଦ୍ୟର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସେ ଉପଭୋଗ କରୁଛନ୍ତି। ଏହି ଫଟୋଟି ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ୟୁଜର୍ସଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା। କିଛି ୟୁଜର୍ସ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି, “ଭାରତୀୟ ଖାଦ୍ୟ ଏତେ ସ୍ୱାଦିଷ୍ଟ, ମୁଁ ନିଶ୍ଚିତ ଯେ ମୋନାଲିସା ମଧ୍ୟ ଏହାକୁ ପସନ୍ଦ କରିଥିବେ।”

Comments are closed.