Latest Odisha News

BREAKING NEWS

କୋଭିଡ ଟେଷ୍ଟ ପାଇଁ ଯାଇଥିବାବେଳେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଅଭିଯୋଗ

ଭଦ୍ରକ : କୋଭିଡ ପରୀକ୍ଷା ପାଇଁ ଯାଇଥିଲେ ହେଲେ ଚୋରି ହୋଇଗଲା ୧୫ ହଜାର ଟଙ୍କା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି । କରୋନା ଟେଷ୍ଟ ପାଇଁ ମହିଳା ଜଣକ କାଉଣ୍ଟରରେ ଟିକେଟ କାଟିବା ସମୟରେ , ଆଉ ଜଣେ ମହିଳା ପଛରୁ ଆସି ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଚୋରିର ଦୃଶ୍ୟ ସିସିଟିଭି ଭୁଟେଜରେ କଏଦ ହୋଇଛି ।

ଲୁଟର ଶିକାର ହୋଇଥିବା ମହିଳା ହେଉଛନ୍ତି ଭବାନିବିନ୍ଧା ଗାଁର କୌଶଲ୍ୟା ଖାମୁରାଇ । ସେ ତାଙ୍କ ସ୍ୱାମୀଙ୍କ ଅପରେସନ ପାଇଁ କରୋନା ଟେଷ୍ଟ କରିବା ପାଇଁ ଆସିଥିଲେ ।ଏହି ସମୟରେ ସେ ଲୁଟର ଶିକାର ହୋଇଥିଲେ ।ଏନେଇ ମହିଳା ଜଣକ ଭଦ୍ରକ ଥାନାରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

 

Comments are closed, but trackbacks and pingbacks are open.