ନୂଆଦିଲ୍ଲୀ: ୨୩ ବର୍ଷ ପୂର୍ବେ ଠକେଇ କରି ଫେରାର ହୋଇଯାଇଥିଲେ ମୋନିକା କପୁର। ସେ ଗତ ୨୨ ବର୍ଷ ଧରି ଆମେରିକାରେ ଲୁଚି ରହିଥିଲେ। ଫେରାର ଥିବା ଅର୍ଥନୈତିକ ଅପରାଧୀ ମୋନିକା କପୁର ଏବେ ଧରାପଡିଟନ୍ତି। ମୋନିକାଙ୍କୁ ସିବିଆଇ ହେପାଜତକୁ ନେଇ ଭାରତ ଅଣାଯାଉଛି। ଦୁଇ ଦଶନ୍ଧି ଧରି ପିଛା କରିବା ପରେ, ସିବିଆଇ ଏବେ ମୋନିକାଙ୍କୁ ଗିରଫ କରିଛି।
ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ମୋନିକା କପୁରଙ୍କୁ ଆମେରିକାରେ ହେପାଜତକୁ ନେଇଛି। ତାଙ୍କୁ ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ ଯୋଗେ ଭାରତ ପଠାଯାଇଛି। ମୋନିକାଙ୍କ ବିମାନ ବୁଧବାର ରାତିରେ ଭାରତରେ ପହଞ୍ଚିବାର ଆଶା କରାଯାଉଛି।
ମୋନିକା କପୁର କେଉଁ ଠକେଇ କରିଥିଲେ?
ଆମଦାନୀ-ରପ୍ତାନି ଠକେଇ ମାମଲାରେ ମୋନିକା କପୁର ପ୍ରାୟ ଦୁଇ ଦଶନ୍ଧି ଧରି ପଳାତକ ଥିଲେ। ଆମେରିକାରେ ମୋନିକାଙ୍କୁ ଏକ ଲମ୍ବା ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ଭାରତ ଅଣାଯାଉଛି।
ସୂଚନା ଅନୁସାରେ, ବୁଧବାର ରାତିରେ ସିବିଆଇ ଭାରତ ପହଞ୍ଚିବ। ୧୯୯୯ ମସିହାରେ ମୋନିକା ଓ ତାଙ୍କ ଦୁଇ ଭାଇଙ୍କ ସହ ମିଳିତ ଭାବେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ତିଆରି କରି ଭାରତ ସରକାରଙ୍କଠାରୁ ଡ୍ୟୁଟି ମୁକ୍ତ କଞ୍ଚାମାଲ ଆମଦାନୀ କରିଥିଲେ, ଯାହା ଦ୍ୱାରା ସରକାରଙ୍କୁ ୧ କୋଟି ୪୪ ଲକ୍ଷରୁ ଅଧିକ କ୍ଷତି ହୋଇଥିଲା। ୨୦୧୦ ମସିହାରେ ଭାରତ ଆମେରିକାକୁ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲା। ନ୍ୟୁୟର୍କର ଇସ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅଧୀନରେ ତାଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ କରିଛି।
ଡିସେମ୍ବର ୨୦, ୨୦୧୭ରେ କୋର୍ଟ ମୋନିକାଙ୍କ ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମୋନିକା କପୁର ତଦନ୍ତରେ ସହଯୋଗ କରୁନଥିଲେ। ଏହି କାରଣରୁ, ୧୩ ଡିସେମ୍ବର ୨୦୧୬ରେ, ମୋନିକାଙ୍କୁ କୋର୍ଟ ଦ୍ୱାରା ଏକ ଘୋଷିତ ଅପରାଧୀ ଘୋଷଣା କରାଯାଇଥିଲା। ୨୬ ଏପ୍ରିଲ୍ ୨୦୧୦ରେ, କୋର୍ଟ ମୋନିକା ବିରୋଧରେ NBW (ଅଣ-ଜାମିନଯୋଗ୍ୟ ୱାରେଣ୍ଟ) ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯ ଅକ୍ଟୋବର ୨୦୧୦ରେ, ସିବିଆଇ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକୀୟ ଏଜେନ୍ସିକୁ ଅନୁରୋଧ କରିଥିଲା।
Comments are closed.