Latest Odisha News

ମହିଳା କ୍ରିକେଟର ଆଶଲେ ଗାର୍ଡେନ ବାନ୍ଧବୀ ମୋନିକାଙ୍କୁ କରିବେ ବିବାହ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ମହିଳା କ୍ରିକେଟର ଆଶଲେ ଗାର୍ଡେନର ତାଙ୍କ ଦୀର୍ଘ ଦିନର ବାନ୍ଧବୀ ମୋନିକାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ନିକଟରେ ଗାର୍ଡେନର ତାଙ୍କ ବାନ୍ଧବୀଙ୍କୁ ମୁଦି ପକାଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେ ଫଟୋ ସହ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଲେସବିୟାନ ଯୋଡିଙ୍କୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ହେଉଥିଲା । ତେବେ ମୋନିକାଙ୍କ ସମ୍ପର୍କରେ ବିଶେଷ କିଛି ତଥ୍ୟ ହସ୍ତଗତ ହୋଇପାରି ନାହିଁ । ଟି୨୦ ବିଶ୍ୱକପ ବିଜେତା ଟିମର ସଦସ୍ୟ ଆଶଲେଙ୍କ ମ୍ୟାଚ ଦେଖିବା ପାଇଁ ମୋନିକା ଯାଇଥାନ୍ତି । ସେମାନଙ୍କ ବନ୍ଧୁତା ଓ ପ୍ରେମକୁ ଅନ୍ୟମାନେ ମଧ୍ୟ ସମ୍ମାନ ଦେଇଥାନ୍ତି ।

ଆଶଲେ ଅଷ୍ଟ୍ରେଲିଆ ପକ୍ଷରୁ ୬୯ ଦିନିକିଆ ଓ ୮୮ ଟି୨୦ ମ୍ୟାଚ ଖେଳିଛନ୍ତି । ଏହି ଅଲରାଉଣ୍ଡରଜଣଙ୍କ ଦିନିକିଆରେ ୮୯ ୱିକେଟ ୯୭୧ ରନ ଓ ଟି୨୦ରେ ୬୮ ୱିକେଟ ଓ ୧୩୨୯ ରନ ସଂଗ୍ରହ କରିଛନ୍ତି । ସେ ୬ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି । ନିର୍ବନ୍ଧ ପରେ ଉଭୟଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.