Latest Odisha News

କଂଗ୍ରେସକୁ ଭୋଟ୍ ନଦେବାକୁ ଲୋକଙ୍କୁ ଅପିଲ କଲେ ମମତା

କୋଲକତା: ଦେଶରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିଜ ନିଜର ବିବୃତ୍ତି ଦେଉଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ସିଦାବାଦରେ ଭୋଟ୍ ଦେବାକୁ ମୁସଲମାନ ଭୋଟରଙ୍କୁ ନିବେଦନ କରିଛନ୍ତି । ତେବେ ସେ ମୁସଲମାନ ଭୋଟରଙ୍କୁ କହିଛନ୍ତି ଯେ ଯଦି ସେମାନେ ଭୋଟ୍ ନ ଦିଅନ୍ତି ତେବେ ସେମାନଙ୍କର ନାଗରିକତ୍ୱ ଛଡ଼ାଇ ନିଆଯିବ ।

ବିଶେଷ କରି ଇଦ୍ ଛୁଟିରେ ଘରକୁ ଆସିଥିବା ସେହି ପ୍ରବାସୀ ଶ୍ରମିକମାନଙ୍କୁ ସେ ଏହି ଆବେଦନ କରିଛନ୍ତି । ଏହା ସହିତ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ‘ଯଦି ଆପଣ କଂଗ୍ରେସକୁ ଭୋଟ୍ ଦିଅନ୍ତି ଏହାର ଅର୍ଥ ହେଉଛି ଆପଣଙ୍କର ଭୋଟ୍ ବିଜେପିକୁ ଯିବ । ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ କୌଣସି ପ୍ରକାରର ଇଣ୍ଡିଆ ମେଣ୍ଟ ନାହିଁ । ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ କରିବାରେ ମୁଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲି । କିନ୍ତୁ ପଶ୍ଚିମବଙ୍ଗରେ ସିପିଆଇଏମ ଓ କଂଗ୍ରେସ ମିଳିତ ଭାବେ ବିଜେପି ପାଇଁ କାମ କରୁଛନ୍ତି ‘।

ସେ ଆହୁରି କହିଛନ୍ତି ଯେ, ‘ମୁଁ ଶୁଣୁଛି ଯେ କିଛି ଲୋକ ଏଠାରେ କହୁଛନ୍ତି ଯେ ଆମେ ଇଣ୍ଡିଆ ମେଣ୍ଟ ସହିତ ଅଛୁ, ଆମକୁ ଭୋଟ୍ ଦିଅ । ମୁଁ ସେମାନଙ୍କୁ କହିରଖୁଛି କି ଇଣ୍ଡିଆ ମେଣ୍ଟ ଦିଲ୍ଲୀରେ ଅଛି, ଏଠାରେ ନୁହେଁ । ଏଠାରେ କଂଗ୍ରେସ ଓ ସିପିଏମ୍ ମେଣ୍ଟ ଗଠନ କରିବା ଉଚିତ୍ ନୁହେଁ । ଟିଏମସି ବିରୋଧରେ କଂଗ୍ରେସକୁ ଗୋଟିଏ ଭୋଟ୍ ଦେବା ଅର୍ଥ ହେଉଛି ବିଜେପିକୁ ଦୁଇଟି ଭୋଟ୍ ଦେବା । ଏଠାରେ ଅନ୍ୟ କୌଣସି ଦଳ ପାଇଁ ଭୋଟ୍ ଦେବାର ଅର୍ଥ ହେଉଛି ବିଜେପିକୁ ଅଧିକ ଶକ୍ତିଶାଳୀ କରିବା’ ।

ଯଦି ଆପଣମାନେ ବିଜେପିକୁ ହରାଇବା ପାଇଁ ଚାହୁଁଛନ୍ତି, ତା’ହେଲେ କେବେ ହେଲେ କଂଗ୍ରେସ ଓ ସିପିଆଇଏମକୁ ଭୋଟ ଦିଅନ୍ତୁ ନାହିଁ । ସେମାନଙ୍କୁ ଭୋଟ ଦେଇ ନିଜର ଭୋଟରକୁ ଅଯଥା ନଷ୍ଟ କରନ୍ତୁ ନାହିଁ ବୋଲି ମମତା ଲୋକଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.