Latest Odisha News

BREAKING NEWS

ପାଇଖାନା ପ୍ୟାନରେ ଫସିଗଲା ଗୋଧି, ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: ପାଇଖାନା ପ୍ୟାନ ଭିତରେ ପଶିଗଲା ଗୋଧି । ଶରୀରର ଅଧାରୁ ଅଧିକ ଅଂଶ ଭିତରେ ଫସିଗଲା । କେବଳ ବାହାରକୁ ଥିଲା ମୁଣ୍ଡ ଓ ଦୁଇଟି ଗୋଡ଼ । ଭାରି ଛଟପଚ ହେଉଥିଲା ଗୋଧି । ଭୁବନେଶ୍ୱର ବାଣୀବିହାର ପରିସରରେ ଆଇନ ବିଭାଗ ପ୍ରଫେସର ବିନୟ ଦାସଙ୍କ ଆଉଟ ହାଉସରେ ଥିବା ପାଇଖାନା ପ୍ୟାନରେ ଗୋଧି ଫସିଯାଇଥିଲା ।

ବିନୟ ଦାସଙ୍କ ଘରେ ଜଣେ ଯୁବକ ଗୋଧିର ଦୁଇ ଗୋଡ଼କୁ ପ୍ଲାଷ୍ଟିକ ରସିରେ ବାନ୍ଧିବା ପରେ ବି ଗୋଧିଟି ଉପରକୁ ବାହାରି ପାରି ନଥିଲା । ଏହାପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୂତାର ଗୋଧିଟିକୁ ପ୍ୟାନ୍ ଭିତରୁ ବାହାର କରିବାକୁ କସରତ କରିଥିଲେ ।

ପାଇଖାନାରେ ହାତ ଭର୍ତ୍ତି କରି ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଶେଷରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ନେକ ହେଲ୍ପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ବିନୟ ଦାସଙ୍କୁ ପାଇଖାନା ପ୍ୟାନକୁ ଭାଙ୍ଗିବା ପାଇଁ ଅନୁମତି ମାଗିଥିଲେ ଶୁଭେନ୍ଦୁ ମଲ୍ଲିକ ।

ଗୋଧିର ଜୀବନ ବଞ୍ଚାଇବା ସହ ତାକୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ୟାନ୍ ଭାଙ୍ଗିବାକୁ ରାଜି ହୋଇଥିଲେ ବିନୟ ଦାସ । ଦୁଇଟି ଶାବକ ସହାୟତାରେ ସତର୍କତାର ସହ ପ୍ୟାନକୁ ଭଙ୍ଗାଯାଇଥିଲା ।
ତିନି ଘଣ୍ଟାର ପରିଶ୍ରମ ପରେ ରାଜେଶ ଗୋଧିଟିକୁ ବାହାରକୁ ଆଣିଥିଲେ । ତାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.