Latest Odisha News

BREAKING NEWS

ଦିଲ୍ଲୀ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଦିଲ୍ଲୀ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଛି ଇ-ମେଲ୍ । ଯେଉଁଥିରେ ଆଗାମୀ କିଛି ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହାପରେ ଏୟାରପୋର୍ଟ ପରିସରରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଦିଲ୍ଲୀ ପୋଲିସକୁ ମିଳିଥିବା ଧମକପୂର୍ଣ୍ଣ ଇ-ମେଲରେ ଏକ ଦମ୍ପତିଙ୍କ ନାଁ ରହିଛି । ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଗୋଟିଏ ମେଲ୍ ଆସିଥିଲା । india.212@protonmail.comରୁ ଆସିଥିଲା ଇ-ମେଲ୍ । ଏଥିରେ ଲେଖାଥିଲା ଅଲତାଏଦା ଆତଙ୍କବାଦୀ ସଂଗଠନ ପକ୍ଷରୁ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିସ୍ଫୋରଣ କରି ଉଡ଼ାଇ ଦେବାକି ଯୋଜନା ।

ଏଥିସହ ଇ-ମେଲରେ ଲେଖାଥିଲା କରମବୀର ସୂରୀ ଓରଫ୍ ମହମ୍ମଦ ଜଲାଲ ଓ ତାଙ୍କ ପତ୍ନୀ ଶୈଳୀ ସାରଦା ଓରଫ୍ ହସିନା ରବିବାର ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ଆଗାମୀ ଦିନରୁ ତିନି ଦିନ ଭିତରେ ବିମାନବନ୍ଦରରେ ବୋମା ରଖିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ଏୟାରପୋର୍ଟ ପରିସରରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସମସ୍ତ ସୁରକ୍ଷା ଏଜେନ୍ସୀକୁ ଆଲର୍ଟ ବି କରିଛି ଦିଲ୍ଲୀ ପୋଲିସ । ଏୟାରପୋର୍ଟ ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି । ସେଠାକୁ ଆସୁଥିବା ଓ ଯାଉଥିବା ଗାଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । ପୂର୍ବରୁ ମାର୍ଚ୍ଚ ୨୧ ତାରିଖରେ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆଇଏସଆଇଏସ୍ ଆତଙ୍କବାଦୀ ସଂଗଠନ ନାଁରେ ଆସିଥିଲା ।

Leave A Reply

Your email address will not be published.