Latest Odisha News

ଛୋଟ ଛୁଆକୁ ମାଙ୍କଡ କଲା ଆକ୍ରମଣ..ଉପସ୍ଥିତି ବୁଦ୍ଧିରେ ବଂଚାଇଲା ନିଜକୁ

ଲକ୍ଷ୍ନୌ: ସୋସିଆଲ ମିଡିଆ ଓ ଅତ୍ୟାଧୂନିକ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ମଣିଷ ପାଇଁ ସହାୟ ହେଉଛି । ଉତରପ୍ରଦେଶରେ ମାଙ୍କଡଙ୍କ ଉତ୍ପାତ ବୃଦ୍ଧି ପାଇଛି । ନିକଟରେ ଗୋଟିଏ ଛୋଟ ପିଲାକୁ ମାଙ୍କଡ ଗୋଡାଇଥିଲା । ପିଲାଟି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜକୁ ବଂଚାଇଥିଲା । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବସ୍ତି ଜିଲ୍ଲାରେ ବିକାସ କଲୋନୀରେ ୧୩ ବର୍ଷୀୟା ଝିଅ ନିଜର ୧୫ ମାସର ଭାଣିଜୀ ସହିତ ଘରେ ଖେଳୁଥିଲା । ହଠାତ ମାଙ୍କଡମାନେ ଘର ଖୋଲା ଥିବା ଦେଖି ପଶି ଯାଇଥିଲେ । ମାଙ୍କଡମାନେ ପିଲା ଆଡକୁ ଯିବା ବେଳେ ଭୟଭୀତ ନ ହୋଇ ସେ ଜୋରରେ ଚିତ୍କାର କରି ଆଲେକ୍ସାକୁ କୁକୁର ସ୍ୱର ବାହର କରିବାକୁ କହିଥିଲା ।

ଆଲେକ୍ସାରେ ଜୋର ଜୋରରେ କୁକୁର ଭୁକିବା ଶବ୍ଦ ଶୁଣି ସମସ୍ତ ମାଙ୍କଡ ଭୟରେ ସେଠାରୁ ପଳାଇ ଯାଇଥିଲେ । ଯାହା ଫଳରେ ଉଭୟ ସୁରକ୍ଷିତ ରହିଥିଲେ । ଅବଶ୍ୟ ପିଲାଟି ପଛରେ ଆଲେକ୍ସାକୁ ଥ୍ୟାଙ୍କ ୟୁ କହିଥିଲା । ଏହି ଘଟଣା ନେଇ ଝିଅକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments are closed.