Latest Odisha News

ହାଇ ହିଲ୍ ସଦୃଶ ଚର୍ଚ୍ଚ ,ଯାହା ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ତାଇୱାନ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ତେବେ ଭାସ୍କର୍ଯ୍ୟ କଥା ଛାଡ଼ନ୍ତୁ ବିଶ୍ୱରେ ଏମିତି କିଛି ସୁଦୃଶ୍ୟ ଅଟ୍ଟାଳିକା ମଧ୍ୟ ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରୀ ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ତାଇୱାନରେ ଏମିତି ଏକ ଚର୍ଚ୍ଚ ରହିଛି, ଯାହା ଦେଖିବାକୁ ହାଇହିଲ ସଦୃଶ ।

ତାଇୱାନରେ ରହିଛି ଏହି ହାଇ ହିଲ କୋଠା । ଏହା କୌଣସି ଘର ବା ଅଫିସ ନୁହେଁ, ଏହା ଏକ ଚର୍ଚ୍ଚ, ଯେଉଁଠାକୁ ଲୋକେ ପ୍ରାର୍ଥନା କରିବାକୁ ଆସିଥାନ୍ତି । ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କେବଳ ସ୍ଥାନୀୟ ଅଂଚଳରୁ ନୂହେଁ, ଦେଶ ବିଦେଶରେ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ବିଭିନ୍ନ ଧାତୁ ଓ ନୀଳ ରଙ୍ଗର କାଚରେ ଏହି କୋଠାକୁ ସଜ୍ଜିତ କରାଯାଇଛି, ଯାହା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରି ଆସୁଛି । ୧୭ ମିଟର ଉଚ୍ଚ ଏହି ହାଇ ହିଲ୍ କୋଠା ଦେଖିବାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

Comments are closed.