Latest Odisha News

BREAKING NEWS

ରାପର୍ ରଫତାର-କୋମଲ ବୋହରାଙ୍କ ଛାଡ଼ପତ୍ର!

ଭୁବନେଶ୍ୱର: ରାପର୍ ରଫ୍ତାର ଏବଂ ପତ୍ନୀ କୋମଲ ବୋହରା ବିବାହ ବିଚ୍ଛେଦ କରିବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବରରେ ଉଭୟ ପତି-ପତ୍ନୀ ଛାଡ଼ପତ୍ରରେ ଦସ୍ତଖତ କରିବେ ବୋଲି ହିନ୍ଦୁସ୍ତାନ ଟାଇମସ୍ ଖବର ପ୍ରକାଶ କରିଛି । ସେମାନେ କୋଭିଡ୍ ସମୟରେ ୨୦୨୦ ମସିହାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କରୋନା ମହାମାରୀ ପାଇଁ ଉଭୟଙ୍କ ଛାଡ଼ପତ୍ର ବିଳମ୍ବ ହୋଇଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ।

ଅବଶ୍ୟ ସେମାନେ ଛାଡ଼ପତ୍ର ଆବେଦନର ବହୁ ଆଗରୁ ଅଲଗା ରହୁଛନ୍ତି । ୨୦୧୧ ମସିହାରୁ ପ୍ରେମ କରି ଆସୁଥିବା ଏହି ଯୋଡ଼ି ୨୦୧୬ରେ ବିବାହ କରିଥିଲେ । ପ୍ରାୟ ୫ ବର୍ଷର ପ୍ରେମ ସଂପର୍କ ପରେ ବିବାହ ବେଳର ଫଟୋ ସେୟର କରି ରଫ୍ତାର ତାଙ୍କ ଜୀବନସାଥୀଙ୍କୁ ବିବାହ କରୁଛନ୍ତି ବୋଲି ଘୋଷଣା କରିଥିଲେ ।

ଦୁହେଁ ଦୁହିଁକୁ ସୋସିଆଲ ମିଡିଆରେ ଆଉ ଫଲୋ କରୁନାହାନ୍ତି । ଏହି ଯୋଡ଼ିଙ୍କ ପାଖ ଲୋକ ଜଣେ କହିଛନ୍ତି ଯେ- ବିବାହର ପରେ ପରେ ହିଁ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଯାଇଥିଲା । ତିକ୍ତ ସଂପର୍କରେ ରହିବା ଅପେକ୍ଷା ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟ ନିଜ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ମଧ୍ୟ ଡିଲିଟ କରିଦେଇଛନ୍ତି ।

Leave A Reply

Your email address will not be published.