Latest Odisha News

BREAKING NEWS

ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ମଙ୍କିପକ୍ସ’ ବାବଦରେ ଏକ ଆଶ୍ୱସ୍ତିକର ଖବର ଦେଇଛି । ଶନିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମଙ୍କିପକ୍ସ ବର୍ତ୍ତମାନ ପାଇଁ ଏକ ବିରାଟ ଚିନ୍ତା ନୁହେଁ । ଏହାକୁ ନେଇ ଏବେ ଜରୁରୀକାଳୀନ ପରିସ୍ଥିତି ଉପୁଜିନି ।

ଚଳିତ ବର୍ଷ ମଙ୍କିପକ୍ସରେ ୩୨୦୦ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ସଂକ୍ରମିତ ଆଫ୍ରିକାରେ ଚିହ୍ନଟ ହୋଇଛନ୍ତି । ଏବଂ ଆଫ୍ରିକାର ଜଣଙ୍କର ମୃତ୍ୟୁ ହୋଇଛି ବୋଲି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି ।

ଶନିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ କାର୍ଯ୍ୟକାରୀ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ, ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସଂକଟ ନୁହେଁ । ଅବଶ୍ୟ ଏହା ୫୦ଟି ଦେଶକୁ ବ୍ୟାପିଛି । କିନ୍ତୁ ସ୍ଥିତି ନିୟନ୍ତ୍ରିତ ରହିଛି ।

ଏବେ ଏହି ସଂକ୍ରମଣକୁ ରୋକିବାର ସମୟ ଆସିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ କହିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ନେଇ ଏହାକୁ ରୋକିବାକୁ ସମସ୍ତ ଦେଶ ଚେଷ୍ଟା କରନ୍ତୁ ବୋଲି ମହାନିର୍ଦ୍ଦେଶକ ଟେଡ୍ରୋସ ଜେବ୍ରେୟିସସ କହିଛନ୍ତି ।

ଅବଶ୍ୟ ମଙ୍କିପକ୍ସ ପାଇଁ ଏବେ ଔଷଧ ଏବଂ ଟୀକା ଉପଲବ୍ଧ ଅଛି । ସଂକ୍ରମିତ ହେବାର ବିଶେଷ ଭୟ କରିବାର ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.