Latest Odisha News

BREAKING NEWS

୪୧ ଥର ବିଜେତା ମୁମ୍ବାଇ ପରାସ୍ତ, ମଧ୍ୟପ୍ରଦେଶ ନୂତନ ଚାମ୍ପିୟନ

ମୁମ୍ବାଇ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ୨୦୧୪ ପରଠାରୁ ୮ଟି ସିଜନରେ ୬ ନୂତନ ଚାମ୍ପିୟନ ମିଳିଥିବାରୁ ଭାରତୀୟ କ୍ରିକେଟ ଠିକଣା ପଥରେ ଯାଉଛି ବୋଲି ସମୀକ୍ଷକମାନେ କହିଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୩୭୪ ରନ କରିଥିଲା । ଜବାବରେ ମଧ୍ୟପ୍ରଦେଶ ୫୩୬ ରନ ସଂଗ୍ରହ କରି ୧୬୨ ରନର ଅଗ୍ରଣୀ ହାସଲ କରିଥିଲା । ମୁମ୍ବାଇ ଦ୍ୱିତୀୟ ଇନିଂସରେ ୨୬୯ ରନ କରି ଅଲଆଉଟ ହେବା ଫଳରେ ଏମପି ସମ୍ମୁଖରେ ୧୦୮ ରନର ଟାର୍ଗେଟ ମିଳିଥିଲା । ଯାହାକୁ ସେମାନେ ୪ ୱିକେଟ ହରାଇ ହାସଲ କରି ନେଇଥିଲେ ।

ୟଶ ଦୁବେ (୧୩୩), ଶୁଭମ ଶର୍ମା (୧୧୬) ଓ ରଜତ ପାଟୀଦାର ଚାମ୍ପିୟନ ଟିମ ପକ୍ଷରୁ ଶତକ ହାସଲ କରିଥିଲେ । ବୋଲିଂରେ ମଧ୍ୟ ଗୌରବ ଯାଦବ ( ୬ ୱିକେଟ) ଓ କୁମାର କାର୍ତିକେୟ (୫ ୱିକେଟ) ଭଲ ପ୍ରଦର୍ଶନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ ଦଳର ବିଜୟ ନେଇ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।

Leave A Reply

Your email address will not be published.