Latest Odisha News

BREAKING NEWS

ବାଲ୍ୟ ବିବାହ ବିରୋଧରେ ଆସାମରେ ଚଢ଼ାଉ ଜାରି; ୩ ହଜାରରୁ ଅଧିକ ଗିରଫ

ଦିଶପୁର: ୧୦ ଦିନ ହେଲା ଆସାମରେ ବାଲ୍ୟ ବିବାହ ନେଇ ଗରିଫଦାରୀ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୩,୦୧୫ ଜଣଙ୍କୁ ଗିରଫ କରାଗଲାଣି। ଫେବ୍ରୁଆରୀ ୩ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀOr ଚଢ଼ାଉ ଆଗକୁ ବି ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

BjdElectrycity

ସୋମବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍ କରି କହିଛନ୍ତି “ବାଲ୍ୟ ବିବାହ ବିରୋଧରେ ଆମର ଚଢ଼ାଉ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି। ବର୍ତ୍ତମାନ ସୁଧା ୩୦୧୫ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ସାମାଜିକ ବିଶୃଙ୍ଖଳା ବିରୋଧରେ ଆମର ଏଭଳ ଚଢ଼ାଉ ଜାରି ରହିବ। ତେବେ ଭଲକଥା ହେଉଛି ବର୍ତ୍ତମାନ ଲୋକେ ନିଜେ ପୁଲିସ ପାକେ ଆତ୍ମସମର୍ପଣ କରୁଛନ୍ତି।”

ସୂଚନା ଥାଉକି, ଫେବ୍ରୁଆରୀ ୩ ତାରିଖରେ ଆସାମ ପୁଲିସ ସାରା ରାଜ୍ୟରେ ଚଢ଼ାଉ ଆରମ୍ଭ କରିଥିଲା। ପ୍ରଥମ ୨ ଦିନରେ ବିଭିନ୍ନ ଜିଲ୍ଲାରୁ ହିନ୍ଦୁ, ମୁସ୍ଲିମ ଓ ପୂଜାର ବା ମୌଲାନଙ୍କ ସମେତ ୨୦୦୦ରୁ ଅଧିକ ଲୋକ ଗିରଫ ହୋଇଥିଲେ। ତେବେ ଗିରଫଦାରୀକୁ ନେଇ ରାଜ୍ୟରେ ସରାକାର ବିରୋଧୀ ବିଦ୍ରୋହ ମଧ୍ୟ ଦେଖା ଦେଇଥିଲା। ମହିଳାମାନେ ରାସ୍ତାକୁ ବାହାରି କେବଳ ପୁରୁଷଙ୍କୁ କାହିଁକି ଗିରଫ କରାଯାଉଛି ବୋଲି ପ୍ରଶ୍ନ କରିବା ସହ ଜୀବିକା କଥା କହି ସରକାରଙ୍କୁ ଘେରିଥିଲେ।

ସେହିପରି ଆସାମ ସରକାରଙ୍କର ଏଭଳି ଆଭିମୁଖ୍ୟକୁ ନେଇ ବିଭିନ୍ନ ନେତାମାନେ ମଧ୍ୟ ଟାର୍ଗେଟ୍ କରିଥିଲେ। କବେଳ ରାଜନୈତିକ ଫାଇଦା ପାଇଁ ଆସାମ ସରକାର ଲୋକଙ୍କୁ ଏଭଳି ହଇରାଣ କରୁଛନ୍ତି ବୋଲି ବିରୋଧୀ ଦଳ ନେତା କହିଥିଲେ।

Leave A Reply

Your email address will not be published.