Latest Odisha News

BREAKING NEWS

ଏଥର ଆଗୁଆ ଆସିପାରେ ମୌସୁମୀ, ମେ’ ୧୩ରେ ଛୁଇଁବ ଆଣ୍ଡାମାନ!

ଭୁବନେଶ୍ୱର: ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟ ପୂର୍ବରୁ ପହଞ୍ଚୁଛି। ଏବେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଅଗ୍ରଗତି କରୁଛି। ଫଳେ ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ।

ଏହାର ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ସ୍ଥଳଭାଗରେ ମୌସୁମୀ ଛୁଇଁବା ଏହା ପ୍ରଥମ ପୂର୍ବାନୁମାନ। ଏହି ବର୍ଷ ମୌସୁମୀ ଆଣ୍ଡାମାନ ଏବଂ ନିକୋବରରେ ଶୀଘ୍ର ପହଞ୍ଚିବାର ଆଶା କରାଯାଉଛି।

ସାଧାରଣତଃ, ଚାରି ମାସ ଧରି ମୌସୁମୀ ବାୟୁ ବଙ୍ଗୋପସାଗରର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଅଂଶ ଦେଇ ଅଗ୍ରସର ହୁଏ, ଯାହା ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ଶ୍ରୀଲଙ୍କା ଏବଂ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳ (କେରଳ) ପହଞ୍ଚିବା ପୂର୍ବରୁ ଏହାର ପ୍ରଥମ ବିରାମ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ। ଦକ୍ଷିଣ ଆଣ୍ଡାମାନ, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳକୁ ଛୁଇଁପାରେ। ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ପାଣିପାଗ ବିଭାଗ ଆକଳନ କରିଛି ୯ ତାରିଖ ବେଳକୁ ଖରାର ପ୍ରକୋପ ବଢ଼ିବ। ଆଉ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ହେଲେ ଏବେ ସୂଚନା ଆସିଛି କି ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Comments are closed.