Latest Odisha News

BREAKING NEWS

ଓଡ଼ିଶାରେ ଏଥର ଏକ ସପ୍ତାହ ବିଳମ୍ବରେ ପହଞ୍ଚିବ ମୌସୁମୀ ଜଳବାୟୁ

ଭୁବନେଶ୍ୱର: ଭାରତରେ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ଯଥା ସମୟରେ ଆସିବା ବେଳେ ପ୍ରାୟ ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବା ନେଇ ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି ।

ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ପ୍ରଦାନକ ରି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ପ୍ରାକ୍ ମୌସୁମୀ ପୂର୍ବାନୁମାନ ଅନୁଯାୟୀ ଜୁନ ଓ ସେପ୍ଟେମ୍ବର ମଧ୍ୟରେ ବୃଷ୍ଟିପାତ ସ୍ୱାଭାବିକ ହେବ । ଏହି ସମୟରେ ୯୬ରୁ ୧୦୪ ପ୍ରତିଶତ ବୃଷ୍ଟିପାତ ହେବାନେଇ ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

କେରଳ ଉପକୂଳରେ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ଜୁନ ୧ ତାରିଖରେ ଛୁଇଁବା ନେଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ କହିଛନ୍ତି । “ଏହା ଓଡ଼ିଶା ଉପକୂଳ ଜୁନ ୧୦ରେ ପହଞ୍ଚୁଥିଲେ ମଧ୍ୟ ଏଥର ପ୍ରାୟ ଏକ ସପ୍ତାହ ବିଳମ୍ବରେ ପହଞ୍ଚିବ । ଓଡ଼ିଶା ଉପକୂଳରେ ମୌସୁମୀ ଜୁନ୍ ୧୩ ତାରିଖରେ ପହଞ୍ଚିବ । ଏଥର ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବ ।”

Leave A Reply

Your email address will not be published.