Latest Odisha News

BREAKING NEWS

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଅନ୍ୟ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟତେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ବି ଆଗତ କରିଛନ୍ତି ।

ସମର୍ଥନ କଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭୁବନେଶ୍ୱର ଏମ୍ସ ଅତିଥି ଭବନରୁ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଛନ୍ତି । ଅନ୍ୟମାନେ ଚାହିଁଲେ ବି ଭିସି ଜରିଆରେ ବିଧାନସଭା ଅଧିବେଶନରେ ଯୋଡ଼ି ହୋଇପାରିବେ ବୋଲି ବାଚସ୍ପତି କହିଛନ୍ତି ।

କୋଭିଡ୍ କଟକଣା ଭିତରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ । ଏହି ସ୍ୱଳ୍ପକାଳୀନ ଅଧିବେଶନରେ  ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଆସିବ ୧୨ଟି ବିଲ ।

ସ୍ୱଳ୍ପ ଅଧିବେଶନରେ ଗୃହ କମ୍ପିବା ଅନୁମାନ କରାଯାଉଛି । ବିରୋଧୀଙ୍କ ହାତରେ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗର ଲମ୍ବା ତାଲିକା ରହିଛି । ସେହିପରି ବିରୋଧୀଙ୍କୁ ମୁକାବିଲା ସହ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ବିଜେଡି ।

Leave A Reply

Your email address will not be published.