Latest Odisha News

BREAKING NEWS

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର  : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ଚଳିତ ବିଧାନସଭା ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି । ପୂର୍ବରୁ କରୋନା ପାଇଁ ୫ ଘଣ୍ଟା ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ ।

ଦିନ ଗୋଟାଏ ତିରିଶ ଓ ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ଗୃହ କାର୍ଯ୍ୟ ପରିଚାଳନ କରିବେ । ଆଜି ପୂର୍ବାହ୍ନରେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ଗତକାଲି ବୈଠକ ହେବାକୁ ଥିଲେ ମଧ୍ୟ ରଥଯାତ୍ରା ପାଇଁ ବୈଠକ ସ୍ଥଗିତ ରହିଥିଲା ।

ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ ତିନି ଦଳ । ଆଜିର ବୈଠକରେ ବିରୋଧୀ ଦଳର ନୂଆ ନେତାଙ୍କ ନାଁ ଘୋଷଣା କରାଯାଇପାରେ । ବିଧାନସଭା ଉପଲକ୍ଷେ ସବୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ, ବିଧାନସଭା କର୍ମଚାରୀ ଓ ଅନ୍ୟମାନଙ୍କ କରୋନା ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.